କରୋନା କାଳରେ ଅନ୍ୟ ସହରକୁ ଯାଉଥିଲେ, ଏସବୁ ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ

କରୋନା ଯୋଗୁ ଲାଗୁ ହୋଇଥିବା ଲକଡାଉନ ଧୀରେ ଧୀରେ କୋହଳ ହେବାରେ ଲାଗିଛି। ଲୋକମାନେ ଗୋଟିଏ ସହରରୁ ଆଉ ଏକ ସହରକୁ ଯିବା ଆରମ୍ଭ କରିଛନ୍ତି। କିନ୍ତୁ ଏହି ସମୟରେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ। ଖାସ୍ କରି ରାତିରେ ଟ୍ରାଭେଲ କରୁଥିବା ଲୋକେ କିଛି ବିଷୟ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ରାତିରେ କୁଆଡ଼େ ଯିବା ପୂର୍ବରୁ କାରକୁ ଭଲ ଭାବେ ଚେକ୍ କରନ୍ତୁ। କାରର ଇଞ୍ଜିନ, ହେଡ ଲାଇଟ, ଇଞ୍ଜିନ ଅଏଲ, ଟାୟାରରେ ପମ୍ପ ସବୁ ଅଛି ନା ନାହିଁ ଯାଞ୍ଚ କରିବା ପରେ ହିଁ ବାହାରନ୍ତୁ।

ସାଙ୍ଗରେ ମାସ୍କ ଓ ସାନିଟାଇଜର ନିଶ୍ଚୟ ନିଅନ୍ତୁ। କାରଣ କରୋନା ସମୟରେ ଏହି ଦୁଇଟି ଜିନିଷର ସବୁଠୁ ଅଧିକ ଆବଶ୍ୟକତା ରହିଛି।

ସାଙ୍ଗରେ ଖାଇବା ଓ ପାଣି ବୋତଲ ଘରୁ ହିଁ ନିଅନ୍ତୁ। କରୋନା ସମୟରେ ବାହାର ଖାଦ୍ୟ ଖାଇବାରେ ବିପଦ ରହିଛି।

ସାଙ୍ଗରେ ପାୱାର ବ୍ୟାଙ୍କ ରଖନ୍ତୁ। ନଚେଚ ମୋବାଇଲ ବ୍ୟାଟେରୀ ଡେଡ୍ ହେବା ସମ୍ଭାବନା ରହିଛି। ଆପଣ ହଇରାଣ ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.