ବିରୋଧ ପରେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ଟ୍ଵିଟର ଆକାଉଣ୍ଟକୁ ଭେରିଫାଏଡ୍ କଲା ଟ୍ଵିଟର, ବ୍ଲୁ ଟିକ୍ ମାର୍କ ହଟାଇ ଦେଇଥିଲା ଟ୍ବିଟର
କେନ୍ୟୁଜ୍(ବ୍ୟୁରୋ): ବିିଭିନ୍ନ ମହଲରେ ତୀବ୍ର ବିରୋଧ ପରେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ଟ୍ଵିଟର ଆକାଉଣ୍ଟକୁ ଭେରିଫାଏଡ୍ କରିଛି ଟ୍ଵିଟର । ପୂର୍ବରୁ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ଵିଟର ଆକାଉଣ୍ଟରୁ କମ୍ପାନୀ ବ୍ଲୁ ଟିକ୍ ମାର୍କ ହଟାଇଥିଲା । ଏନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାପରେ ବିଭିନ୍ନ ମହଲରେ ଟ୍ଵିଟର ବିରୋଧରେ ମତ ପ୍ରକାଶ ପାଇଥିଲା । ଦୀର୍ଘ ଦିନ ହେବ ଭେଙ୍କୟାଙ୍କ ଆକାଉଣ୍ଟ ଆକ୍ଟିଭ ନଥିବାରୁ ଏପରି ହୋଇଥିବା କୁହାଯାଇଥିଲା । ୨୦୨୦ ମସିହା ଜୁଲାଇ ୨୩ ତାରିଖରେ ଭେଙ୍କୟା ନିଜର ବ୍ୟକ୍ତିଗତ ଆକାଉଣ୍ଟରୁ ଶେଷ ଥର ପାଇଁ ଟ୍ଵିଟ କରିଥିଲେ ।
ଗତ କିଛି ଦିନ ହେବ କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିର୍ଦ୍ଦେଶାବଳୀକୁ ନେଇ ଟ୍ଵିଟର ଓ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଟ୍ଵିଟର ଏପର୍ଯ୍ୟନ୍ତ ନୂଆ ଗାଇଡଲାଇନକୁ ଅନୁମୋଦନ ଦେଇନାହିଁ ।ସେହିପରି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଟ୍ଵିଟର ଆକାଉଣ୍ଟକୁ ମଧ୍ୟ ଅନଭେରିଫାଏଡ କରିଛି ଟ୍ଵିଟର ଇଣ୍ଡିଆ। ୨୦୧୯ରେ ମୋହନ ଭାଗବତଙ୍କ ଟ୍ଵିଟର ଆକଉଣ୍ଟ ଖୋଲାଯାଇଥିଲେ ମଧ୍ୟ ଏଥିରେ ଗୋଟିଏ ବି ପୋଷ୍ଟ ଟ୍ଵିଟ ହୋଇନାହିଁ ।