ଟୋକିଓ ଅଲମ୍ପିକ୍ସ ଜାରି କଲା ୩୩ ଫର୍ଦ୍ଦର ନିର୍ଦ୍ଦେଶନାମା : ପ୍ରତି ଖେଳାଳୀଙ୍କୁ ମିଳିବ ୧୪ କଣ୍ଡୋମ, ହେଲେ ବ୍ୟବହାର କରିବାକୁ ମନା

ଟୋକିଓ : ଜାପାନର ଟୋକିଓରେ ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ ୨୦୨୧ । ଏହା ଅଗଷ୍ଟ ୮ ପର୍ଯ୍ୟନ୍ତ ଖେଳାଯିବ । ଏଥିପାଇଁ ଚାଲିଛି ଜୋରଦାର ଆୟୋଜନ । ତେବେ ଅଲମ୍ପିକ୍ସକୁ ନେଇ ଆସୁଛି ନୂଆ ନୂଆ ଖବର । ଆୟୋଜକ ସମିତି ଖେଳାଳୀମାନଙ୍କୁ କଣ୍ଡୋମ ବାଣ୍ଟିବା ପାଇଁ ଘୋଷଣା କରିଛନ୍ତି ।

ହେଲେ ଏହି କଣ୍ଡୋମ ବ୍ୟବହାର ଉପରେ ରୋକ ଲଗାଯାଇଥିବା ଜଣାଯାଇଛି । ଆୟୋଜକ କହିଛନ୍ତି ଯେ ଖେଳାଳୀ ଏହି କଣ୍ଡୋମକୁ ଖେଳ ସମୟରେ ବ୍ୟବହାର କରିପାରିବେ ନାହିଁ । କେବଳ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ସାଙ୍ଗରେ ନେଇ ପାରିବେ ।

ଆୟୋଜକ ସମିତି ବାଣ୍ଟିବ ୧.୬ ଲକ୍ଷ କଣ୍ଡୋମ :

ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି ଏଡ୍ସ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କଣ୍ଡୋମ ବାଣ୍ଟିବା ପରମ୍ପରା ଆରମ୍ଭ କରିଥିଲେ । ଏଥର ମଧ୍ୟ ଏହି ପରମ୍ପରା ଆଧାରରେ ଖେଳାଳୀମାନଙ୍କୁ କଣ୍ଡୋମ ବଣ୍ଟାହେବ । ଏଥିପାଇଁ ସମିତି ଏଥର ୧.୬ ଲକ୍ଷ କଣ୍ଡୋମ ବାଣ୍ଟିବ ବୋଲି ଜଣାପଡ଼ିଛି । ସେହିପରି ପ୍ରତି ଖେଳାଳୀଙ୍କୁ ୧୪ ଟି ଲେଖାଏଁ କଣ୍ଡୋମ ବଣ୍ଟାଯିବ ବୋଲି ସମିତି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.