କରୋନା ସଂକ୍ରମିତ ଶ୍ୱଶୁରଙ୍କୁ କାନ୍ଧରେ ପକାଇ ଚାଲି ଚାଲି ହସ୍ପିଟାଲ ଆଣିଲେ ବୋହୂ, ପୁଅର ଅନୁପସ୍ଥିତିରେ ତୁଲାଇଲେ ଦାୟିତ୍ୱ

କିଛି ଦିନ ତଳେ ଆପଣ ଏହି ଖବର ଦେଖିଥିବେ ଯେ ବୋହୂକୁ ମାଡ ମାରୁଛନ୍ତି ଶ୍ୱଶୁର ଆଉ ପ୍ରତିବାଦରେ ବୋହୂ ବି ଶ୍ୱଶୁରଙ୍କ ଉପରକୁ ହାତ ଉଠାଉଛି। ଏହାପୂର୍ବରୁ ଆଉ ଗୋଟେ ଦୃଶ୍ୟ ବି ଦେଖିବାକୁ ମିଳିଥିଲା ଯେ ଶ୍ୱଶୁର ବୋହୂର ଚୁଟି ଧରି ମାଡ ମାରୁଛନ୍ତି। ତେବେ ଏହି ସବୁ ଦୃଶ୍ୟ ଭିତରେ ଏମିତି ବି କିଛି ଚିତ୍ର ଦେଖିବାକୁ ମିଳୁଛି ଯାହା ଚିନ୍ତାଧାରାକୁ ଏକଦମ୍‌ ବଦଳାଇଦେବ। କରୋନାରେ ଆକ୍ରାନ୍ତ ଶ୍ବଶୁରଙ୍କୁ ପିଠିରେ ପକାଇ ଚାଲିଚାଲି ଯିବା ଦୃଶ୍ୟ ଏବେ ସୋସିଆଲ ମିଡିଆେର ଖୁବ ଭାଇରାଲ ହେବାରେ ଲାଗିଛି ।ଆସାମର ଭାଟିଗାଓଁ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ବିରଳ ଦୃଶ୍ୟ ।

ଜଣେ ବୋହୂ ନିଜ କରୋନା ସଂକ୍ରମିତ ଶ୍ୱଶୁରଙ୍କୁ ପିଠିରେ ପକାଇ ହସ୍ପିଟାଲ ନେଇଛନ୍ତି। ଯେମିତି ଶ୍ୱଶୁରଙ୍କ ଚିକିତ୍ସା ଠିକ୍‌ ସମୟରେ ହୋଇପାରିବ। ଏହି ବିରଳ ଦୃଶ୍ୟ ଏବେ ସୋସିଆଲ ମିଡିଆେର ଖୁବ ଭାଇରାଲ ହେବାରେ ଲାଗିଛି । ଆସାମର ଭାଟିଗାଓଁ ଅଞ୍ଚଳର ୭୫ ବର୍ଷିୟ ଶ୍ୱଶୁର ଥୁଲେଶ୍ୱର ଦାସ। ତାଙ୍କ ପୁଅ ସହରରେ ଚାକିରି କରନ୍ତି। ସେଥିପାଇଁ ପୁଅର ଅନୁପସ୍ଥିତିରେ ବୋହୂ ନିହାରିକା ନିଜ ଶ୍ୱଶୁରଙ୍କ ଦାୟିତ୍ୱ ବୁଝନ୍ତି।

autoଗତ କିଛି ଦିନ ତଳେ ଶ୍ୱଶୁର ଥୁଲେଶ୍ୱର ଦାସ କରୋନାରେ ସଂକ୍ରମିତ ହୋଇଗଲେ। ଥୁଲେଶ୍ୱରଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା କୋଭିଡ କେୟାରରେ ଭର୍ତ୍ତି ହେବାକୁ ପରାମର୍ଶ ଦେଲେ। ଘର ଠାରୁ ହସ୍ପିଟାଲ କିଛି ଦୂରରେ ଥିଲା। ବୋହୂ ନିହାରିକା ଶ୍ୱଶୁରଙ୍କୁ ମେଡିକାଲ ନେଇଯିବାକୁ ଅନେକ ଚେଷ୍ଟା କଲେ କିନ୍ତୁ କାହାର ସାହାଯ୍ୟ ପାଇଲେ ନାହିଁ। କରୋନା ସଂକ୍ରମିତ ଶ୍ୱଶୁର ବହୁତ କଷ୍ଟ ପାଉଥିଲେ ଯାହାକୁ ବୋହୂ ଦେଖିପାରିଲେନି। ସେଥିପାଇଁ ଶ୍ୱଶୁରଙ୍କୁ ନିଜ କାନ୍ଧରେ ବସାଇ ହସ୍ପିଟାଲ ପର୍ଯ୍ୟନ୍ତ ପହଁଚାଇଲେ ବୋହୂ ନିହାରିକା।

କିନ୍ତୁ ଦୁଃଖର କଥା ହେଉଛି ଯେ ଶ୍ୱଶୁରଙ୍କ ସେବା କରୁ କରୁ ବୋହୂ ନିହାରିକା ବି କରୋନାରେ ଆକ୍ରାନ୍ତ ହୋଇଗଲେ। ଡାକ୍ତର ବି ବୋହୂଙ୍କର ଶ୍ୱଶୁରଙ୍କ ପ୍ରତି ଏହି ନିଷ୍ଠା ଦେଖି ତାଙ୍କୁ ଗାଁ ପାଖରେ ଥିବା କୋଭିଡ ଓ୍ଵାର୍ଡକୁ ପଠାଇଛନ୍ତି। ଶ୍ୱଶୂର ଏବଂ ବୋହୂଙ୍କର ଏହି ଫଟୋଚିତ୍ର ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଉ ଫଟୋଟି ଜଣାଇ ଦେଉଛି ଯେ ବୋହୂ ବି ଝିଅ ହୋଇପାରିବ। ବାସ୍‌ କେବଳ ଆପଣଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.