ରଣବୀର ସିଂହ ଟ୍ଵିଟ୍‌ କରି ମୋବାଇଲ୍‌ ନମ୍ବର ପଚାରିବାରୁ ମହାରାଷ୍ଟ୍ର ପୋଲିସ ଦେଲା ଏଭଳି ମଜାଳିଆ ଉତ୍ତର

ରଣବୀର ସିଂହ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହିଥାନ୍ତି। ତାଙ୍କ ମଜାଳିଆ ପୋଷ୍ଟ ଓ ସେନ୍‌ସେନ୍‌ନାଲ ଫଟୋକୁ ୟୁଜରମାନେ ମଧ୍ୟ ଖୁବ୍‌ ପସନ୍ଦ କରିଥାନ୍ତି। ନିକଟରେ ରଣବୀର Vogue India ପାଇଁ ଫଟୋସୁଟ୍‌ କରାଇଥିଲେ। ସେହି ଫଟୋକୁ ସେ ଏବେ ସେୟାର କରିଛନ୍ତି। ତେବେ ଫଟୋଟି ସେୟାର କରିବା ପରେ ରଣବୀରଙ୍କୁ ପୋଲିସ ବିଭାଗ ମଧ୍ୟ ଉତ୍ତର ଦେଇଥିବା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ସୁଇମିଂପୁଲରେ ହଟ୍‌ ଅନ୍ଦାଜରେ ନଜର ଆସିଲେ ଆଲିଆ ଭଟ୍ଟ, ଭାଇରାଲ ହେଉଛି ଫଟୋ

ଏହାସହ ପଢ଼ନ୍ତୁ: ବଲିଉଡ୍‌ ଡିଭା ଦିଶା ପଟାନୀ କଲେ ଫଟୋ ସେସନ୍‌, ଭିଡିଓ ଦେଖି ଫ୍ୟାନ୍‌ ହେଲେ ଫିଦା

ରଣବୀର ନିଜ ଟ୍ଵିଟର ପେଜ୍‌ରେ ସେୟାର କରିଥିବା ଫଟୋରେ ଏକ ଟେଲିଫୋନ୍‌ ଧରିଥିବା ଦେଖିବାକୁ ମିଳିଛି। ତେବେ ଫଟୋରେ ସେ ୧୯୯୯ ମସିହାର ଫିଲ୍ମ ହସିନା ମାନ୍‌ ଜାଏଗୀର ଗୀତ ‘‘ହ୍ଵାଟ୍‌ ଇଜ୍‌ ମୋବାଇଲ୍‌ ନମ୍ବର’’ ଗୀତକୁ କ୍ୟାପସନ୍‌ରେ ଲେଖିଛନ୍ତି।


ଫଟୋକୁ ୟୁଜରମାନେ ଖୁବ୍‌ ପସନ୍ଦ କରିଥିବା ବେଳେ କମେଣ୍ଟ ମଧ୍ୟ ଦେଇଛନ୍ତି। ତେବେ ସବୁଠାରୁ ମଜା କଥା ହେଉଛି ରଣବୀରଙ୍କ ଏହି ଟ୍ଵିଟ୍‌ରେ ନାଗପୁର ପୋଲିସ ମଧ୍ୟ କମେଣ୍ଟ ଦେଇଛନ୍ତି। ରଣବୀରଙ୍କ ପୋଷ୍ଟରେ ନାଗପୁର ସିଟି ପୋଲିସ କମେଣ୍ଟ କରି ୧୦୦ ଲେଖିଛନ୍ତି। ପୋଲିସ ବିଭାଗ ତରଫରୁ ପ୍ରଥମ ଥର ପାଇଁ ଏଭଳି କୌଣସି ସିନେ ତାରକାଙ୍କ ପୋଷ୍ଟରେ କମେଣ୍ଟ ଦିଆଯାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.