କେବେ ବି ଧନୀ ହେବାକୁ ଦେଇ ନ ଥାଏ ଏହି ୩ଟି ଅଭ୍ୟାସ, ଆପଣଙ୍କ ପାଖରେ ଅଛି କି?

କେବେ ବି ଧନୀ ହେବାକୁ ଦେଇ ନ ଥାଏ ଏହି ୩ଟି ଅଭ୍ୟାସ। ଜଣେ ବ୍ୟକ୍ତିଙ୍କଠାରେ ଏହି ୩ଟି ଅଭ୍ୟାସ ଥିଲେ, ସେ ଆଗକୁ ବଢ଼ିପାରି ନ ଥାଏ, ଯେଉଁଥିପାଇଁ ସବୁଦିନ ଗରିବ ହୋଇ ରହିଯାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ମଣିଷର କେଉଁ ୩ଟି ଅଭ୍ୟାସ ରହିଛି, ଯାହା ଧନୀ ହେବାରେ ପ୍ରତିବନ୍ଧକ ସାଜିଥାଏ।

poor2

୧. ଗୁରୁଜନମାନଙ୍କୁ ସମ୍ମାନ ନ ଦେବା

ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ସାମାନ୍ୟ ସଫଳ ପାଇଗଲେ, ବଡ଼ମାନଙ୍କୁ ଖାତିର କରି ନ ଥାଆନ୍ତି। ଏମାନେ ଜୀବନସାରା କେବେ ବି ଆଗକୁ ବଢ଼ିପାରି ନ ଥାଆନ୍ତି। ସେମିତି ଗୋଟିଏ ଜାଗାରେ ହିଁ ରହିଯାଆନ୍ତି। ତେଣୁ ସବୁବେଳେ ବଡ଼ମାନଙ୍କୁ ସମ୍ମାନ ଦେବା ଏବଂ ସେବା କରିବା ଉଚିତ। କାରଣ, ଗୁରୁଜନ ଲୋକ ହିଁ ଠିକ୍‌ ମାର୍ଗଦର୍ଶନ ଦେଇଥାଆନ୍ତି।

ଏହାସହ ପଢ଼ନ୍ତୁ: ଜାଣନ୍ତୁ କାହିଁକି ମହିଳାମାନେ ନିଜ ପାର୍ଟନରଙ୍କୁ ଦିଅନ୍ତି ଧୋକା

poor3

୨. ଖାଦ୍ୟ ଛାଡ଼ିବା/ନଷ୍ଟ କରିବା

ଅନେକ ଲୋକ ଅଛନ୍ତି, ଯେଉଁମାନେ ଲୋଭରେ ଅଧିକ ଖାଦ୍ୟ ନେଇଆସନ୍ତି, କିନ୍ତୁ ସେମାନଙ୍କଠାରେ ଖାଇବାର କ୍ଷମତା ନ ଥାଏ। ଏଭଳିସ୍ଥଳେ ସେମାନେ ଖାଦ୍ୟକୁ ବଳକା ଛାଡ଼ନ୍ତି। ଏମିତି ଅଭ୍ୟାସ ଲକ୍ଷ୍ମୀଙ୍କୁ ଅପମାନ ସଦୃଶ। ଭୋଜନ ବା ଖାଦ୍ୟକୁ ଅବମାନନା କରୁଥିବା ବ୍ୟକ୍ତି ଜୀବନସାରା କେବେ ବି ଧନୀ ହୋଇପାରିବ ନାହିଁ।

ଏହାସହ ପଢ଼ନ୍ତୁ: ଜାଣନ୍ତି କି ଆପଣଙ୍କ ଫ୍ରିଜରେ ଥିବା ‘ଗାଜର’ ଆପଣଙ୍କ ଶରୀରକୁ ପ୍ରଦୂଷଣରୁ ରକ୍ଷା କରିପାରିବ

poor4

୩. ଏଠି ସେଠି ପାନଛେପ ପକାଇବା

କେବେ ବି ତମାଖୁ ଏବଂ ଗୁଟ୍‌କା ଖାଇ ଏଠି ସେଠି ଥୁକିବା ଉଚିତ ନୁହେଁ। ଅନେକ ଲୋକ ଅଛନ୍ତି, ଯେଉଁମାନେ କାନ୍ଥ ଏବଂ ସର୍ବସାଧାରଣ ସ୍ଥାନରେ ପାନଛେପ ପକାଇଥାଆନ୍ତି। ଏହାଦ୍ୱାରା ଯିବାଆସିବା କରୁଥିବା ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏମିତି ଲୋକ ଜୀବନରେ କେବେ ସଫଳ ହୋଇପାରନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.