ପ୍ରେମ ଦିବସରେ ମଲାଇକା ଅରୋରାଙ୍କ ପ୍ରେମଭରା ପୋଷ୍ଟ! ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କୁ କହିଲେ, ‘ମୋର’…

ଆଜି ହେଉଛି ପ୍ରେମ ଦିବସ। ସମସ୍ତେ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରି ଥାଆନ୍ତି। ଭାଲେଣ୍ଟାଇନ୍ସ ଡେ’ ଅବସରରେ ସମସ୍ତେ ନିଜ ପ୍ରେମ ବ୍ୟକ୍ତ କରନ୍ତି ଏବଂ ଏହାକୁ ନିଜ ପାର୍ଟନରଙ୍କ ପାଇଁ ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରି ଥାଆନ୍ତି। ଭାଲେଣ୍ଟାଇନ୍ସ ଡେ’ ଦିନ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ନିଜ ପ୍ରେମକୁ ପରିପ୍ରକାଶ କରିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ। ଅଭିନେତ୍ରୀ ମଲାଇକା ଅରୋରା ବି ଏହି ଦିନକୁ ରୋମାଣ୍ଟିକ୍ ଅନ୍ଦାଜରେ ଆରମ୍ଭ କରିଛନ୍ତି। ସେ ନିଜ ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କୁ ଖାସ୍‌ ଢଙ୍ଗରେ ଭାଲେଣ୍ଟାଇନ୍ସ ଡେ’ ଓ୍ଵିସ୍‌ କରିଛନ୍ତି। ପ୍ରେମ ଦିବସରେ ମଲାଇକାଙ୍କ ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅର୍ଜୁନଙ୍କ ପାଖରେ ସେ ନିଜର ପ୍ରେମ ବ୍ୟକ୍ତ କରିବା ମୁଡ୍‌ରେ ଅଛନ୍ତି।

ମଲାଇକା ଅର୍ଜୁନ କପୁରଙ୍କ ସହ ଏକ ସ୍ପେଶାଲ ପୋଷ୍ଟ ସେୟାର କରିଛନ୍ତି। ସେ ଅର୍ଜୁନଙ୍କୁ ଆଲିଙ୍ଗନ କରୁଥିବାର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଅର୍ଜୁନ ମଲାଇକାଙ୍କ ମଥାକୁ କିସ୍‌ କରୁଥିବାର ନଜର ଆସିଛନ୍ତି। ଏହି ସୁନ୍ଦର ଫଟୋକୁ ବହୁତ ପସନ୍ଦ କରାଯାଉଛି। ମଲାଇକା ଏହି ଫଟୋ ସେୟାର କରି କହିଛନ୍ତି, ‘ମାଇନ୍‌’। ଏଥି ସହିତ ଏକ ହାର୍ଟ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି।

ଫଟୋରେ ମଲାଇକା ଶର୍ଟସ୍‌ ଏବଂ ଟପ୍ ପିନ୍ଧିଥିବାର ନଜର ଆସିଛନ୍ତି। ସେପଟେ ଅର୍ଜୁନ ଜଗର୍ ଏବଂ ଟି-ସାର୍ଟ ପିନ୍ଧିଥିବାର ଦେଖା ଯାଇଛନ୍ତି। ମଲାଇକାଙ୍କର ଏହି ପୋଷ୍ଟକୁ କିଛି ହିଁ ମିନିଟ ଭିତରେ ଲକ୍ଷାଧିକ ଲୋକ ଲାଇକ୍‌ କରିଛନ୍ତି। ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଏହି ପୋଷ୍ଟ ଉପରେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ଜଣେ ଫ୍ୟାନ୍‌ ଲେଖିଛନ୍ତି, ‘ବିଉଟିଫୁଲ କପଲ୍‌’। ଅନ୍ୟ ଜଣେ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି।

ଅର୍ଜୁନ କପୁର ଓ ମଲାଇକା ଅରୋରା ବଲିଉଡର ହଟେଷ୍ଟ୍‍ କପଲ୍‌ଙ୍କ ମଧ୍ୟରୁ ଜଣେ। ଉଭୟ କେବେ ବି ନିଜ ରିଲେସନସିପ୍‌ ବିଷୟରେ କାହାକୁ କିଛି ଲୁଚାନ୍ତି ନାହିଁ। ଦୁଇଜଣ ସୋସିଆଲ ମିଡିଆରେ ଏକାଠି ଅନେକ ରୋମାଣ୍ଟିକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ନିକଟରେ ଦୁଇଜଣ ଗତ ଡିସେମ୍ବରରେ ଛୁଟି କଟାଇବାକୁ ମାଳଦ୍ୱୀପ ଯାଇଥିଲେ, ଯେଉଁଠିକାର ସୁନ୍ଦର ଫଟୋ ସେମାନେ ସୋସିଆଲ ମିଡିଆରେ ସେୟାର କରିଥିଲେ।

 

View this post on Instagram

 

A post shared by Malaika Arora (@malaikaaroraofficial)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.