୨ ବର୍ଷ ପରେ କାମକୁ ଫେରିଲେ ରିୟା ଚକ୍ରବର୍ତ୍ତୀ, ପୋଷ୍ଟ ସେୟାର କରି ଦେଲେ ସୂଚନା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଡ୍ରଗ୍ସ କେସ୍‌ରେ ରିୟାଙ୍କ ନାଁ ସାମ୍ନାକୁ ଆସିବା ପରେ ସେ ଲାଇମ୍‌ଲାଇଟ୍‌ଠାରୁ ଦୂରେଇ ଯାଇଥିଲେ। ଇତି ମଧ୍ୟରେ ଖବର ଆସିଛି ଯେ ପୁଣିଥରେ କାମକୁ ଫେରିଛନ୍ତି ରିୟା। ଏକ ଭିଡିଓ ସେୟାର କରି ରିୟା ନିଜେ କହିଛନ୍ତି ଯେ ୨ ବର୍ଷ ପରେ ସେ କାମକୁ ଫେରିଛନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ରିୟା ଭଏସ୍‌ ରେକର୍ଡିଂ କରୁଥିବାର ଦେଖିବାକୁ ମିଳିଛି।

ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ରିୟା କ୍ୟାପ୍‌ସନ୍‌ରେ ଲେଖିଛନ୍ତି- କାଲି ୨ ବର୍ଷ ପରେ ମୁଁ କାମକୁ ଯାଇଥିଲି। ମୋ ଖରାପ ସମୟରେ ମୋ ସହ ଠିଆ ହୋଇଥିବା ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। କିଛି କଥା ନାହିଁ ସୂର୍ଯ୍ୟ ସବୁବେଳେ ଚମକୁଥିବ। କେବେ ବି ହାର୍‌ ମାନ ନାହିଁ। ଏହି ଭିଡିଓରେ ରିୟା ଏକ ରେଡିଓ ଚ୍ୟାନେଲର ଷ୍ଟୁଡିଓରେ ସ୍କ୍ରିପ୍ଟ ପଢ଼ୁଥିବାର ଓ ଏହାକୁ ରେକର୍ଡ କରୁଥିବାର ଦେଖିବାକୁ ମିଳିଛି। ଏଥିସହ ସେ କ୍ୟାମେରାକୁ ଚାହିଁ ହସୁଛନ୍ତି।

 

View this post on Instagram

 

A post shared by Rhea Chakraborty (@rhea_chakraborty)

ରିୟା ଚକ୍ରବର୍ତ୍ତୀଙ୍କ ଏହି ଭିଡିଓରେ ତାଙ୍କ ନିକଟତମ ବନ୍ଧୁ ଶିବାନୀ ଦାଣ୍ଡେକର କମେଣ୍ଟ କରି ଲେଖିଛନ୍ତି- ୟେସ୍‌ ଗର୍ଲ ବୁଝିଗଲ। ଏହା ବ୍ୟତୀତ ମଲ୍ଲିକା ଦୁଆ ବି କମେଣ୍ଟ କରି ଏକ ମଜଭୁତ ଆର୍ମ ଇମୋଜି ସେୟାର କରିଛନ୍ତି। ଏଥିସହ ନିର୍ମାତା ନିଧି ପରମାର ହୀରାଚନ୍ଦାନୀ ମଧ୍ୟ କମେଣ୍ଟରେ ଲେଖିଛନ୍ତି-ଆଗକୁ ବି ଏମିତି ମଜଭୁତ ରୁହ।

ସୂଚନାଯୋଗ୍ୟ ଯେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶେଷ ଥର ପାଇଁ ରୁମୀ ଜାଫରୀଙ୍କ ଫିଲ୍ମ ଚେହରେରେ ଦେଖିବାକୁ ମିଳିଥିଲା। ୨୦୨୧ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମକୁ ୨୦୧୯-୨୦ରେ ସୁଟିଂ କରାଯାଇଥିଲା। ଏହି ଫିଲ୍ମରେ ଇମ୍ରାନ୍‌ ହାସ୍‌ମୀ, ଅମିତାଭ ବଚ୍ଚନ, ସିଦ୍ଧାନ୍ତ କପୁର, ରଘୁବୀର ଯାଦବ ଓ ଅନ୍ନୁ କପୁର ମଧ୍ୟ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.