Below header

ନକଲି ଡାକ୍ତରଙ୍କୁ ରିମାଣ୍ଡରେ ନେବ ପୋଲିସ, ବେସାହାରା ଯୁବତୀଙ୍କୁ ବିବାହ କରିବାକୁ ଟାର୍ଗେଟ କରୁଥିଲେ

ଭୁବନେଶ୍ୱର (କେନ୍ୟୁଜ): ରିମାଣ୍ଡରେ ଯିବେ ନକଲି ରସିକିଆ ଡାକ୍ତର। ଡାକ୍ତରଙ୍କ ଆର୍ଥିକ କାରବାର ନେଇ ଖୋଳତାଡ଼ କରାଯାଉଥିବା ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଭୁବନେଶ୍ୱର DCP। ଅଧିକ ଖୋଳତାଡ ପାଇଁ ମହିଳା ପୋଲିସ ଅଧିକାରୀଙ୍କୁ ନେଇ ହେବ ସ୍ୱତନ୍ତ୍ର ଟିମ୍‌। ବେସାହାରା ଯୁବତୀଙ୍କୁ ବିବାହ କରିବାକୁ ଟାର୍ଗେଟ କରୁଥିଲେ ଡାକ୍ତର। ୭ ରାଜ୍ୟରେ ଡାକ୍ତରଙ୍କ ୧୪ଜଣ ସ୍ତ୍ରୀ ରହିଛନ୍ତି।

୧୯୮୨ରେ ପ୍ରଥମ ବିବାହ କରିଥିଲା ରମେଶ ସ୍ୱାଇଁ। ୨୦୦୨ରେ ୨ୟ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ଠାରୁ ତାଙ୍କର ୫ଟି ସନ୍ତାନ ଥିବା କହିଛନ୍ତି DCP। ୨୦୦୨ରୁ ୨୦୧୯ ମଧ୍ୟରେ ୧୩ ଜଣଙ୍କୁ ବିବାହ କରିଥିଲେ। ରମେଶ ଚନ୍ଦ୍ର ସ୍ୱାଇଁ ଅଧିକାଂଶ ସମୟ ଆସାମରେ ରହୁଥିଲେ। ଉଚ୍ଚପଦସ୍ଥ ଅଧିକାରୀ କହି ମହିଳାଙ୍କୁ ଫସାଇ ବିବାହ କରୁଥିଲେ। ୧୪ ଜଣଙ୍କ ମଧ୍ୟରୁ ୯ ସ୍ତ୍ରୀଙ୍କ ସହ ଆମେ ଯୋଗାଯୋଗ କରିସାରିଛୁ। ଅଧିକାଂଶ ମହିଳା ଓଡ଼ିଶା ବାହାରର ହୋଇଥିବା ସୂଚନା ମିଳିଛି।

ନିଜକୁ ସ୍ୱାସ୍ଥ୍ୟ ବିଭାଗର ଡେପୁଟି ଡାଇରେକ୍ଟର କହି ଠକିଛନ୍ତି। ୧୩ଟି ବ୍ୟାଙ୍କରୁ କୋଟିଏ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ। । ହାଇଦ୍ରାବାଦରେ MBBS ଆଡମିଶନ ନାଁରେ ୨କୋଟି ଠକିଥିଲେ। ନକଲି ଡାକ୍ତର ବିବାହ କରିଥିବା ସମସ୍ତ ମହିଳା ଉଚ୍ଚଶିକ୍ଷିତା ଓ ବିଭିନ୍ନ ସ୍ଥାନରେ ଉଚ୍ଚ ପଦପଦବୀରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.