୨୦ ବର୍ଷ ପରେ ଏକାଠି ନଜର ଆସିଲେ ମଲ୍ଲିକା ଶେରାୱତ ଓ ଇମ୍ରାନ ହାଶମୀ, ଭାଇରାଲ ହେଉଛି ଭିଡିଓ

ଗୁରୁବାର ରାତିରେ ମୁମ୍ବାଇରେ ଫିଲ୍ମ ନିର୍ମାତା ଆନନ୍ଦ ପଣ୍ଡିତଙ୍କ ଝିଅର ମ୍ୟାରେଜ୍‌ ରିସେପ୍ସନ ପାର୍ଟିରେ ଇମ୍ରାନ ଏବଂ ମଲ୍ଲିକା ଏକାଠି ନଜର ଆସିଥିଲେ । ମୋଷ୍ଟ ପପୁଲାର ଅନସ୍କ୍ରିନ ଯୋଡି ମଧ୍ୟରୁ ମଲ୍ଲିକା ଏବଂ ଇମ୍ରାନଙ୍କ ଯୋଡି ଅନ୍ୟତମ । ତେବେ ଦର୍ଶକ ଏମାନଙ୍କ ସିଜଲିଂ କେମେଷ୍ଟ୍ରିକୁ ବହୁତ ପସନ୍ଦ କରିଥାନ୍ତି । ବର୍ତ୍ତମାନ ସେମାନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

୨୦୦୪ର ହିଟ୍ ଥ୍ରୀଲର ଫିଲ୍ମ ‘ମର୍ଡର’ର ସୁଟିଂ ସମୟରେ ହୋଇଥିବା ଝଗଡାର ୨୦ ବର୍ଷ ପରେ, ଇମ୍ରାନ ହାଶମୀ ଏବଂ ମଲ୍ଲିକା ଶେରାଓ୍ଵତ ଏହି ଝଗଡାକୁ ଶେଷ କରିଛନ୍ତି । ଗୁରୁବାର ରାତିରେ ମୁମ୍ବାଇରେ ଫିଲ୍ମ ନିର୍ମାତା ଆନନ୍ଦ ପଣ୍ଡିତଙ୍କ ଝିଅର ମ୍ୟାରେଜ୍‌ ରିସେପ୍ସନ ପାର୍ଟିରେ ଇମ୍ରାନ ଏବଂ ମଲ୍ଲିକା ଏକାଠି ନଜର ଆସିଥିଲେ । ମୋଷ୍ଟ ପପୁଲାର ଅନସ୍କ୍ରିନ ଯୋଡି ମଧ୍ୟରୁ ମଲ୍ଲିକା ଏବଂ ଇମ୍ରାନଙ୍କ ଯୋଡି ଅନ୍ୟତମ । ତେବେ ଦର୍ଶକ ଏମାନଙ୍କ ସିଜଲିଂ କେମେଷ୍ଟ୍ରିକୁ ବହୁତ ପସନ୍ଦ କରିଥାନ୍ତି । ବର୍ତ୍ତମାନ ସେମାନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଲୋକମାନେ ଫିଲ୍ମ ‘ମର୍ଡର’ ଷ୍ଟାରଙ୍କୁ ଏକାଠି ଦେଖି ଖୁସି ହୋଇଛନ୍ତି । ତେବେ ୨୦ ବର୍ଷ ପରେ ବଡ ପରଦାର ଏହି ରୋମାଣ୍ଟିକ୍ ଅନସ୍କ୍ରିନ କପଲଙ୍କୁ ଦେଖି ଫ୍ୟାନ୍ସମାନେ ସେମାନଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ viralbhayaniରେ ଦେଖିବାକୁ ମିଳିଛି ।

ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ଇମ୍ରାନ ହାଶମୀ ଏବଂ ମଲ୍ଲିକା ଶେରାଓ୍ଵତ କିପରି ପରସ୍ପରକୁ ଭେଟିବା ସହ ଆଲିଙ୍ଗନ କରୁଛନ୍ତି ଏବଂ କଥାବାର୍ତ୍ତା ହେଉଛନ୍ତି । ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖି ଏହା ସ୍ପଷ୍ଟ ହେଲା ଯେ ୨୦ ବର୍ଷର ଝଗଡା ଶେଷ ହୋଇଛି । ଦୁହେଁ ମଧ୍ୟ ପାପାରାଜିଙ୍କ ସାମ୍ନାରେ ପୋଜ୍ କରିଥିଲେ । ଆନନ୍ଦ ପଣ୍ଡିତଙ୍କ ଝିଅର ମ୍ୟାରେଜ୍‌ ରିସେପ୍ସନ୍ ପାର୍ଟିରେ ମଲ୍ଲିକା ଗୋଲାପୀ ରଙ୍ଗର ଗାଉନରେ ବହୁତ ସୁନ୍ଦର ଦେଖାଯାଉଥିଲେ ଯେତେବେଳେ ଇମ୍ରାନ ଏକ କଳା ସୁଟ ପିନ୍ଧିଥିଲେ ।

୨୦ ବର୍ଷ ପୂର୍ବେ ଇମ୍ରାନ ଏବଂ ମଲ୍ଲିକାଙ୍କ ଅଭିନୀତ ଫିଲ୍ମ ‘ମର୍ଡର’ ସବୁଠାରୁ ବଡ ହିଟ୍ ଥିଲା । ସେହି ସମୟରେ ଦୁଇଜଣଙ୍କର ବହୁତ ବଡ଼ ଝଗଡା ହୋଇଥିଲା । ତେବେ ଏହା ପରେ ୨୦୨୧ରେ ଏକ ଇଣ୍ଟରଭ୍ୟୁରେ ଦୁଇଜଣ ଦୁଇ ଜଣ ଦେଖା ହୋଇଥିଲେ କିନ୍ତୁ କଥାବାର୍ତ୍ତା ହୋଇନଥିଲେ । ଏହା ସହ ମଲ୍ଳିକା ‘ଦ ଲଭ୍ ଲାଫ୍‌ ଲାଇବ୍‌’ ସୋ’ରେ କହିଥିଲେ ଯେ ଆମ ମଧ୍ୟରେ ଏକ ଭୁଲ ବୁଝାମଣା ହୋଇଥିଲା । ଏହି କାରଣରୁ କଥାବର୍ତ୍ତା ବନ୍ଦ ହୋଇଯାଇଥିଲା । ମୁଁ ସେତେବେଳେ ତାଙ୍କୁ ଏତେ ପସନ୍ଦ କରୁ ନଥିଲି ଏବଂ ସେ ମୋତେ ମଧ୍ୟ ପସନ୍ଦ କରୁନଥିଲେ । ତେବେ ମଲ୍ଲିକା ଶେରାଓ୍ଵତ ଏପରି ଅନେକ କଥା କହିଥିଲେ ।

ଏହା ବ୍ୟତୀତ ୨୦୧୪ରେ, ଇଇମ୍ରାନ ହାଶମୀ ଚାଟ୍ ସୋ ‘କଫି ଓ୍ଵିଥ୍‌ କରଣ’ରେ ମଲ୍ଲିକାଙ୍କ ବିରୋଧରେ କିଛି ବିବାଦୀୟ ବିବୃତ୍ତି ଦେଇଥିଲେ । ଯେତେବେଳେ ହୋଷ୍ଟ କରଣ ଜୋହର ତାଙ୍କୁ ସବୁ ଠାରୁ ଭଲ ଏବଂ ଖରାପ ଅନ୍-ସ୍କ୍ରିନ୍ କିସ୍‌ ବିଷୟରେ ପଚାରିଥିଲେ । ସେହି ସମୟର ଆଶ୍ଚର୍ଯ୍ୟର କଥା ହେଉଛି, ଇମ୍ରାନ୍ କହିଛନ୍ତି ଯେ ତାଙ୍କର ସବୁଠାରୁ ଖରାପ ଅନ୍-ସ୍କ୍ରିନ୍ କିସ୍‌ ତାଙ୍କ ଫିଲ୍ମ ମର୍ଡରର କୋଷ୍ଟାର ମଲ୍ଲିକାଙ୍କ ସହ ହୋଇଥିଲା । ଏହା ସହ ସେ ଫିଲ୍ମ’ମର୍ଡର ୨’ରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ଏକ ଭଲ କିସର୍ ସିନ୍‌ ହୋଇଥିଲା ବୋଲି କହିଥିଲେ ।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.