ଇନଷ୍ଟାଗ୍ରାମରେ ଆସିଗଲା ଅଟୋ ରିପ୍ଲାଏ ଫିଚର, ଜାଣନ୍ତୁ କେମିତି କରିବେ ବ୍ୟବହାର

ଅଟୋ ରିପ୍ଲାଏରେ ଆପଣଙ୍କ ପାଇଁ ଏକ ଅଟୋ ରିପ୍ଲାଏ ସେଟ୍ କରାଯାଇ ପାରିବ ଯାହା ଆପଣଙ୍କ ଫୋଲୋଅର୍ସଙ୍କୁ ତୁରନ୍ତ ରିପ୍ଲାଏ ଦେଇଥାଏ । ଏଥିପାଇଁ ଆପଣଙ୍କୁ କେବଳ ନିଜ ଇନଷ୍ଟାଗ୍ରାମରେ କିଛି ସେଟିଂ ଅନ୍‌ କରିବାକୁ ପଡିବ ।

ଇନଷ୍ଟାଗ୍ରାମ ମେସେଜ୍ ସେଟିଙ୍ଗରେ ଅଟୋ ରିପ୍ଲାଏ ହେଉଛି ଏକ ବଢ଼ିଆ ଫିଚର, ଯାହା ଆପଣଙ୍କୁ ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡିକରେ ଅଟୋମେଟିକ୍‌ ମେସେଜ୍‌ ସେଣ୍ଡ କରିବା ପାଇଁ ଅପ୍ସନ ଦେଇଥାଏ । ଏହି ଅଟୋ ରିପ୍ଲାଏରେ ଆପଣଙ୍କ ପାଇଁ ଏକ ଅଟୋ ରିପ୍ଲାଏ ସେଟ୍ କରାଯାଇ ପାରିବ ଯାହା ଆପଣଙ୍କ ଫୋଲୋଅର୍ସଙ୍କୁ ତୁରନ୍ତ ରିପ୍ଲାଏ ଦେଇଥାଏ । ଏଥିପାଇଁ ଆପଣଙ୍କୁ କେବଳ ନିଜ ଇନଷ୍ଟାଗ୍ରାମରେ କିଛି ସେଟିଂ ଅନ୍‌ କରିବାକୁ ପଡିବ ।

ଏଥିପାଇଁ ଆପଣ ପ୍ରଥମେ ଇନଷ୍ଟାଗ୍ରାମରେ ଆଟୋ ଆଇକନ୍ କିମ୍ବା ମେସେଜ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଥ୍ରୀ ଡଟ୍‌ ଉପରେ କ୍ଲିକ୍ କରନ୍ତୁ ଏବଂ ଟୁଲ୍ସ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଟୁଲ୍ସ ଅପ୍ସନରେ ଆପଣ ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକର ଅପ୍ସନ ଦେଖିପାରିବେ । ଏହି ଅପ୍ସନ ଉପରେ କ୍ଲିକ୍ କରିବା ପରେ ଆପଣ ଅଟୋମେଟିକ ଉତ୍ତର ଦେବାର ଫିଚରକୁ ଆକ୍ଟିଭ୍‌ କରିପାରିବେ ।

ଅନ୍ୟପଟେ ଇନଷ୍ଟାଗ୍ରାମରେ ଥିବା ସୁପରଭିଜନ ହେଉଛି ଏମିତି ଏକ ଫିଚର ଯାହା ଆପଣଙ୍କୁ ଖାସ୍‌ ଲୋକଙ୍କ ଉପରେ ନଜର ରଖିବାକୁ ଅପ୍ସନ ଦେଇଥାଏ । ଏଥିରେ ଯଦି ବାପା ମା’ ଚାହିଁବେ ସେମାନେ ୧୮ ବର୍ଷରୁ କମ୍ ପିଲାମାନଙ୍କର ପ୍ରତ୍ୟେକ ଆକ୍ଟିଭିଟିକୁ ନଜର ରଖିପାରିବେ । ଏହି ଫିଚର ଦ୍ୱାରା ଇନଷ୍ଟାଗ୍ରାମ ଆକାଉଣ୍ଟ ଉପରେ ନଜର ରଖାଯାଇପାରିବ । ଯଦି ଆପଣ କାହା ଉପରେ ନଜର ରଖିବାକୁ ଚାହୁଁଛନ୍ତି ତେବେ ତୁରନ୍ତ ଆପଣଙ୍କ ଫୋନରେ ଏହି ସେଟିଂ ଅନ୍‌ କରନ୍ତୁ ।

ଯଦି ଆପଣ ସୁପରଭିଜନ୍‌ ଫିଚରକୁ ସେଟ୍ ଅପ୍ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ସର୍ବପ୍ରଥମେ ଆପଣଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଯାଆନ୍ତୁ ଏବଂ ଆପଣଙ୍କର ପ୍ରୋଫାଇଲ୍ ଫଟୋ ଉପରେ କ୍ଲିକ୍ କରନ୍ତୁ ।

ଏହା ପରେ ସେଟିଙ୍ଗ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଏହା ଉପରେ କ୍ଲିକ୍ କରିବା ପରେ ଏକ ଫ୍ୟାମିଲି ଅପ୍ସନ ଆପଣ ଦେଖିପାରିବେ, ଏଥିରେ କ୍ଲିକ୍ କରନ୍ତୁ ।

ବର୍ତ୍ତମାନ ଏଠାରେ ଆପଣ ସୁପରଭିଜନ ଫିଚର ଅପ୍ସନ ଦେଖିପାରିବେ, ଏଥିରେ କ୍ଲିକ୍ କରନ୍ତୁ ।

ଏହା ପରେ କ୍ରିଏଟ୍‌ ଇନଭେଷ୍ଟିଗେସନ ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଯାହା ଉପରେ ନଜର ରଖିବାକୁ ଚାହୁଁଥିବେ ସେହି ୟୁଜରଙ୍କର ଇମେଲ୍ ଆଡ୍ରେସ୍‌ କିମ୍ବା ମୋବାଇଲ୍ ନମ୍ବର ଡାଏଲ୍‌ କରନ୍ତୁ ।

ଏହା ପରେ ସେଣ୍ଡ ଇନଭାଇଟ୍‌ ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ଯଦି ଆପଣଙ୍କର ସୁପରଭିଜନ୍‌ ଆକ୍ସେପ୍ଟ କରାଯାଏ, ଆପଣ ଅତି ସହଜରେ ସେମାନଙ୍କ ଆକାଉଣ୍ଟକୁ ନଜର ରଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.