‘ଦ ଫ୍ୟାମିଲି ମ୍ୟାନ୍ ୨’ର ସଫଳତା ପରେ ଫିସ୍ ବଢ଼ାଇଲେ ମନୋଜ ବାଜପେୟୀ, ଆଗାମୀ ସିଜନ ପାଇଁ ମାଗିଲେ ଏତେ କୋଟି

ୱେବ ସିରିଜ ‘ଦ ଫ୍ୟାମିଲି ମ୍ୟାନ ୨’ ରେ ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କୁ ମିଳିଛି ଅଭୂତପୂର୍ବ ସଫଳତା। ଏଥିରେ ତାଙ୍କ ଅଭିନୟ ଫ୍ୟାନଙ୍କ ହୃଦୟ ଜିତି ଯାଇଛି। ତେବେ ୱେବ ସିରିଜର ସଫଳତା ପରେ ମନୋଜ ବାଜପେୟୀ ନିଜ ଫିସ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

 

View this post on Instagram

 

A post shared by Manoj Bajpayee (@bajpayee.manoj)

ରିପୋର୍ଟ ମୁତାବକ, ୱେବ ସିରିଜର ଆଗାମୀ ସିଜନ ଅର୍ଥାତ୍ ଫ୍ୟାମିଲି ମ୍ୟାନ୍ ୩ ପାଇଁ ମନୋଜ ନିଜ ଫିସ ବଢାଇଦେଇଛନ୍ତି। ମନୋଜ ପ୍ରତି ଏପିସୋଡ୍ ପିଛା ୨.୨୫ କୋଟିରୁ ୨.୫୦ କୋଟି ଟଙ୍କା ବୃଦ୍ଧି କରିଛନ୍ତି। ଦ ଫ୍ୟାମିଲି ମ୍ୟାନ୍ ୩ ପାଇଁ ମନୋଜ ବାଜପେୟୀ ଏତିକି ଅର୍ଥ ନେବେ। ତାଙ୍କ କହିବାନୁସାରେ ଏହି ସିରିଜ ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଜ ହୋଇଥିବା ସବୁ ସିରିଜ ଠାରୁ ସବୁଠୁ ଅଧିକ ଥର ଦେଖାଯାଇଥିବା ଶୋ’। ଏଣୁ ସେ ଏହି ଅର୍ଥ ପାଇବାକୁ ହକଦାର।

ଖବର ମୁତାବକ, ମନୋଜ ବାଜପେୟୀ ମୋଟ ୨୦.୨୫ କୋଟି ବା ୨୨.୫୦ କୋଟି ଟଙ୍କା ଦାବି କରିଛନ୍ତି। କୁହାଯାଉଛି ଯେ ପୂର୍ବ ସିଜନ ଭଳି ଫ୍ୟାମିଲି ମ୍ୟାନ୍ ସିଜନ ୩ ର ମଧ୍ୟ ମୋଟ ୯ଟି ଏପିସୋଡ୍ ହେବ।

Leave A Reply

Your email address will not be published.