ମାସିକ ଋତୁସ୍ରାବକୁ ନେଇ ସଚେତନା ସୃଷ୍ଟି କରିବାକୁ ୟୁନିସେଫ ସହିତ ହାତ ମିଳାଇଲେ ମାନୁଷୀ

ପୂର୍ବତନ ମିସ୍‌ ଓ୍ଵାଲର୍ଡ ମାନୁଷୀ ଛିଲ୍ଲର ଏବେ ୟୁନିସେଫ ସହ ହାତ ମିଳାଇଛନ୍ତି। ମାସିକ ଋତୁସ୍ରାବକୁ ନେଇ ସଚେତନତା ସୃଷ୍ଟି କରିବାକୁ ମାନୁଷୀ ୟୁନିସେଫ ସହ ଯୋଡି ହୋଇଥିବା ସୂଚନା ମିଳିଛି। ମାନୁଷୀଙ୍କ ଟିମ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଏହା କୁହାଯାଇଛି। ସ୍ୱଚ୍ଛତା, ପର୍ଯ୍ୟାପ୍ତ ସ୍ୱଚ୍ଛତା ସୁବିଧା ଓ ମହିଳା ସ୍ୱଚ୍ଛତା ସହ ଯୋଡି ହୋଇଥିବା ଉତ୍ପାଦଗୁଡିକ ସମ୍ପର୍କରେ ମାନୁଷୀ ପ୍ରଚାର କରିବେ ବୋଲି ଜଣାପଡିଛି। ସେ ନିଜେ ‘ପ୍ରୋଜେକ୍ଟ ଶକ୍ତି’ ନାମରେ ଏକ କାର୍ଯ୍ୟକ୍ରମ ଚଳାଉଛନ୍ତି ଯେଉଁଥିରେ ମାସିକ ଋତୁସ୍ରାବକୁ ଗୁରୁତ୍ୱ ଦିଆଯାଇଛି। ଏହା ଦେଶର ବିଭିନ୍ନ ରାଜ୍ୟରେ କାମ କରୁଛି।

ମାନୁଷୀ କହିଛନ୍ତି କି, ମହତ୍ୱପୂର୍ଣ୍ଣ ବିଷୟକୁ ସଚେତନତା ସୃଷ୍ଟି କରିବା ଜରୁରୀ। ପ୍ରତିଟି ନାରୀଙ୍କୁ ସେମାନଙ୍କ ଶରୀର ଉପରେ ଜ୍ଞାନ ରହିବା ଦରକାର। ତା ହେଲେ ଯାଇ ଜଣେ ସୁରକ୍ଷିତ ଜୀବନ ଅତିବାହିତ କରିପାରିବା। ତେବେ ମାସିକ ଋତୁସ୍ରାବକୁ ନେଇ ଆମେ ସମେସ୍ତ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବା ଦରକାର। ଏହାକୁ ନେଇ ସେ ଏବେ ୟୁନିସେଫ ସହ ଯୋଡି ହୋଇଥିବାରୁ ନିଜକୁ ଭାଗ୍ୟବାନ ବୋଲି ମନେ କରନ୍ତି। ମାନୁଷୀ ଜଣେ ମେଡିକାଲ ଛାତ୍ରୀ ହୋଇଥିବା ବେଳେ ସେ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.