ରାୟଗଡା ଜିଲ୍ଲାକୁ ଛୁଇଁ ପାରିନି କରୋନା ମହାମାରୀ, ଆଜି ବି ରହିଛି ଗ୍ରୀନ୍ ଜୋନରେ

ରାୟଗଡା: ସାରା ବିଶ୍ବ ତଥା ଦେଶରେ ଧିରେଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ଆମ ରାଜ୍ୟରେ ମଧ୍ଯ ଏବେ ସୁଦ୍ଧା ୨୯ଟି ଜିଲ୍ଲାରେ ଏହି ମହାମାରୀ ନିଜର କାୟା ବିସ୍ତାର କରିସାରିଥିବାବେଳେ ଏଥିରୁ ବାଦ ପଡିଛି ମାତ୍ର ଗୋଟିଏ ଜିଲ୍ଲା । ତାହା ହେଉଛି ରାୟଗଡା ଜିଲ୍ଲା । ଅନ୍ୟଜିଲ୍ଲା ଭଳି ଏହି ଜିଲ୍ଲାକୁ ମଧ୍ୟ ଅନ୍ୟ ରାଜ୍ୟରୁ ପ୍ରବାସୀ ମାନେ ଆସିଛନ୍ତି । ତେବେ ଏଯାଏ ଗୋଟିଏ ବି ସଂକ୍ରମିତ ଏଠାରେ ଚିହ୍ନଟ ହୋଇନଥିବା ଜିଲ୍ଲାବାସୀଙ୍କ ପାଇଁ ବେଶ୍ ଗୌରବର ବିଷୟ ପାଲଟିଛି ।

raygadaକୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ୪ଥର ଲକଡାଉନ ଘୋଷଣା କରିଛନ୍ତି । ଏହାପରେ ବି ରାଜ୍ୟରେ ସମସ୍ତ ୨୯ ଗୋଟି ଜିଲ୍ଲାରେ କୋରୋନା ଭାଇରସ ତାର ପ୍ରାଦୁର୍ଭାବ ଦେଖାଇଛି । ହେଲେ ରାୟଗଡା ଜିଲ୍ଲାରେ ବର୍ତ୍ତମାନ ସୁଧା ଗୋଟିଏ ହେଲେ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି ।

ଜିଲ୍ଲାପ୍ରଶାସନ ତରଫରୁ ବିଭିନ୍ନ ସମୟରେ ସଚେତନା ଠାରୁ ଆରମ୍ଭ କରି ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ରାୟଗଡା ଜିଲ୍ଲାରେ ପ୍ରଥମେ ୧୪୪ ଧାରା ଜାରି କରାଯାଇ ସମାଜିକ ଦୂରତ୍ବ ଓ ସଂକ୍ରମଣକୁ ଦୂର କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଜିଲ୍ଲାରେ ପ୍ରଶାସନ ଯୋଜନା ବଦ୍ଧ ଭାବେ ବର୍ତ୍ତମାନ ଯାଏ କୋରୋନାର ମୁକାବିଲା କରିଆସିଛି ।

chekingରାୟଗଡା ଜିଲ୍ଲାକୁ ସଂଯୋଗ କରୁଥିବା ପଡୋଶୀ ଆନ୍ଧ୍ରପ୍ରଦେଶ ସୀମାରେ ଜିଲ୍ଲାପ୍ରଶାସନ ତରଫରୁ କଡା କଟକଣା ଲାଗୁ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ଅନ୍ତେବାସୀ ମାନଙ୍କର ସମସ୍ତ ପ୍ରକାରର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସମାଜିକ ଦୂରତ୍ବ କିଭଳି ବଜାୟ ରଖିବେ ସେଥିପ୍ରତି ଗୁରୁତ୍ବ ଦିଆଯାଉଥିଲା ।

raygaraସୂଚନା ଥାଉକି ବର୍ତ୍ତମାନ ସୁଧା ରାୟଗଡା ଜିଲ୍ଲାର ବିଭିନ୍ନ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୮୪୬ ସାମ୍ପୁଲ ସଂଗ୍ରହ କରାଯାଇଛି । ସେଥିମଧ୍ୟରୁ ୧୩୦୮ ନେଗେଟିଭ ଆସିଛି ଏବଂ ବର୍ତମାନ ୪୩୮ ଗୋଟି ସାମ୍ପୁଲର ଫଳାଫଳ ଜଣାପଡିନାହିଁ । ତେବେ କରୋନାର ଭୟାବହ ଦୃଷ୍ଟିରୁ ବର୍ତ୍ତମାନ ଯାଏ ଗ୍ରୀନ ଜୋନରେ ଥିବା ୟୋଗୁଁ ରାୟଗଡା ଜିଲ୍ଲାବାସୀଙ୍କୁ ବେଶ୍ ଆଶ୍ବସ୍ତି ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.