Below header

୭୮ ବର୍ଷ ବୟସରେ ପାଦ ଦେଲେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ, ଆଜି ମଧ୍ୟ ସମସ୍ତ ହିରୋଙ୍କୁ ଦେଉଛନ୍ତି ଟକ୍କର

ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଆଜି ୭୮ ବର୍ଷରେ ପାଦ ଦେଇଛନ୍ତି। ବିଗ୍ ବି ଅମିତାଭ ବଚ୍ଚନଙ୍କୁ ୭୮ ବର୍ଷ ବୟସ ହୋଇଯାଇଥିଲେ ମଧ୍ୟ ସେ ଆଜି ମଧ୍ୟ କମ ବୟସର ହିରୋମାନଙ୍କୁ ଟକ୍କର ଦେଇଥାନ୍ତି। ବିଗ୍ ବି ନିଜର ଫିଟ୍ନେସ୍ ଏବଂ ଆଓ୍ଵାଜ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏହି ବୟସରେ ଏଭଳି ଫିଟ୍ ରହିବା ସହଜ ନୁହେଁ। ସେ କିନ୍ତୁ ତାଙ୍କର ଏଭଳି ଫିଟ୍ନେସ୍ ପାଇଁ ଲୋକମାନଙ୍କୁ ପ୍ରେରିତ କରିଥାନ୍ତି।

ବଡ଼ ପରଦାରେ ଅମିତାଭ ବଚ୍ଚନ ସ୍ମୋକିଂ ଏବଂ ମଦ୍ୟପାନ କରିବାର ନଜର ଆସିଥାନ୍ତି। କିନ୍ତୁ ବାସ୍ତବ ଜୀବନରେ ସେ ଏ ସବୁଠାରୁ ବହୁ ଦୂରରେ। ଅମିତାଭ ବଚ୍ଚନ ନିଜେ ଏହି କଥାକୁ ତାଙ୍କ ଫିଟ୍ନେସ୍ର କାରଣ ବୋଲି ମାନିଥାନ୍ତି। ସେ କୁହନ୍ତି ଶରୀରକୁ ସୁସ୍ଥ ରଖିଲେ ସର୍ବଦା ଖୁସିରେ ରହିପାରିବେ। ଏହାଛଡା ବଲିଉଡର ମହାନାୟକ ଶାକାହାରୀ। ପୂର୍ବରୁ ଅମିତାଭ ବଚ୍ଚନ ଏବଂ ତାଙ୍କ ପତ୍ନୀ ଜୟା ବଚ୍ଚନ ଦୁଇ ଜଣ ନନ୍-ଭେଜିଟେରିଆନ୍ ଥିଲେ। କିନ୍ତୁ ଶେଷରେ ସେମାନେ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଶାକାହାରୀ ଭୋଜନକୁ ଆପାଣାଇଛନ୍ତି।

amitabh-1

ସେ କାମରେ ଯେତେ ବ୍ୟସ୍ତ ରହିଥିଲେ ମଧ୍ୟ ପ୍ରତ୍ୟେକ ଦିନ ଏକ୍ସରସାଇଜ୍ କରିବା ପାଇଁ ସମୟ ବାହାର କରିଥାନ୍ତି। ଏହାବ୍ୟତୀତ ଅମିତାଭ ବଚ୍ଚନଙ୍କୁ ଲେମ୍ବୁ ପାଣି ପିଇବା ଖୁବ୍ ପସନ୍ଦ। ପାନୀୟ ପଦାର୍ଥରେ ସେ କେବଳ ସାଧା ପାଣି ଏବଂ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି। କୌଣସି ପ୍ରକାର ସପ୍ଟ ଡ୍ରିଙ୍କ୍ କୁ ସେ ପସନ୍ଦ କରିନଥାନ୍ତି।

ଅମିତାଭଙ୍କ ପୋଷ୍ଟରେ ତାଙ୍କର ପ୍ରଂଶସକମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ବିଗ ବି ଓ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଗଭୀର ସମ୍ବନ୍ଧ । କରୋନାରେ ଆକ୍ରାନ୍ତ ହେବା ପ​‌ରେ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଅନ୍ୟପଟେ ସେ ହସପିଟାଲରେ ଥାଇ ମଧ୍ୟ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.