ଜେଲ୍‌ରୁ ବାହାରିଲେ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନ, ବମ୍ବେ ହାଇକୋର୍ଟରୁ ଆର୍ଯ୍ୟନଙ୍କୁ ମିଳିଲା ଜାମିନ୍‌

ଜେଲରୁ ବାହାରିଲେ ଆର୍ଯ୍ୟନ ଖାନ। ଆର୍ଯ୍ୟନଙ୍କୁ ଜେଲରୁ ଆଣିବା ପାଇଁ ଶାହରୁଖ ପହଞ୍ଚିଥିଲେ। ପୁଅ ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ଶାହରୁଖଙ୍କ ଘର ମନ୍ନତରେ ଖୁସିର ଲହରି ଖେଳିଯାଇଛି। ୩ ସପ୍ତାହ ପରେ ଜେଲରୁ ବାହାରିଛନ୍ତି ଆର୍ଯ୍ୟନ। ଗତ ୨ ତାରିଖରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ କେସରେ ଗିରଫ ହୋଇଥିଲେ। ଗୁରୁବାର ଆର୍ଯ୍ୟନଙ୍କ ଜାମିନକୁ ମଞ୍ଜୁର କରିଥିଲେ ବମ୍ବେ ହାଇକୋର୍ଟ। ଏଥିପାଇଁ ଆର୍ଥର ରୋଡ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ଏକଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ଜଣେ ଜାମିନଦାରଙ୍କ ବଦଳରେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୧୪ଟି ସର୍ତ୍ତ ସହ ବେଲ ପ୍ରଦାନ କରିଛନ୍ତି ଉଚ୍ଚନ୍ୟାୟାଳୟ। ଆର୍ଯ୍ୟନଙ୍କ ପାଇଁ ଜାମିନଦାର ଅଛନ୍ତି ଅଭିନେତ୍ରୀ ଜୁହି ଚାୱଲା। ୨୮ଦିନ ପରେ ଘରକୁ ଫେରିବ ପୁଅ। ଆର୍ଯ୍ୟନଙ୍କୁ ଘରକୁ ଫେରାଇ ଆଣିବାକୁ ବାପା ଶାହରୁଖ ଖାନ ମୁମ୍ବାଇ ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ। ଅକ୍ଟୋବର ୨ ତାରିଖରେ ମୁମ୍ବାଇ ରେଭ ପାର୍ଟିରୁ ଅଟକ ହୋଇ ଗିରଫ ହୋଇଥିଲେ ଆର୍ଯ୍ୟନ। ୮ତାରିଖରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ଦୁଇ ଦୁଇ ଥର ଜାମିନ ଖାରଜ ହେବା ପରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ। ସେପଟେ ମନ୍ନତ ଆଗରେ ଶାହରୁଖଙ୍କ ପ୍ରଶଂସକଙ୍କ ସେଲିବ୍ରେସନ ଆରମ୍ଭ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.