Below header

ଦିଲ୍‌ କୋ ହର୍ଟ କରଦା : ଓଡ଼ିଆ ଓ ପଞ୍ଜାବୀ ଫ୍ୟୁଜନ୍‌ରେ ଆସିଲା ନୂଆ ମ୍ୟୁଜିକ୍‌ ଭିଡିଓ

ଭୁବନେଶ୍ୱର (କେ ନ୍ୟୁଜ୍‌) : ‘ଦିଲ୍‌ କୋ ହର୍ଟ କରଦା’ । ଏହି ନାଁରେ ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଛି । ଏହି ମ୍ୟୁଜିକ୍‌ ଭିଡିଓ ତିନିଟି ଭାଷା ପଞ୍ଜାବୀ, ଓଡ଼ିଆ ଏବଂ ହିନ୍ଦୀରେ ଏହାକୁ ନିର୍ମାଣ କରାଯାଇଛି । ବିଶେଷ କଥା ହେଉଛି ଏହା ଓଡ଼ିଆ ଯୁବକମାନଙ୍କ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି । ଏଥିରେ ହିରୋ ଭାବେ ଅଛନ୍ତି ଓଡ଼ିଶାର ଯୁବକ ପ୍ରଦୀପ କୁମାର ଏବଂ ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ବଲିଉଡ୍‌ ଓ ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ଆଞ୍ଜେଲା ।

NEW FILM-3

ଏହାର ପ୍ରଯୋଜନା ଠାରୁ ଆରମ୍ଭ କରି ନିର୍ଦ୍ଦେଶନା, ସଂଗୀତ ନିର୍ଦ୍ଦେଶନା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ସାମିଲ ଅଛନ୍ତି ଓଡ଼ିଆମାନେ । ପଞ୍ଜାବୀ ଓ ଓଡ଼ିଆ ସଂସ୍କୃତିକୁ ଏଥିରେ ଦର୍ଶାଯାଇଛି ବୋଲି ପ୍ରଦୀପ କୁମାର କହିଛନ୍ତି । ଏହି ମ୍ୟୁଜିକ୍‌ ଭିଡିଓ ବେଶ୍‌ ଲୋକପ୍ରିୟ ହୋଇ ସାରିଛି । ମ୍ୟୁଜିକ୍‌ ଭିଡିଓଟି ଲକ୍‌ଡାଉନ୍‌ ପୂର୍ବରୁ ସୁଟିଂ ହୋଇ ସାରିଥିଲା । ତେବେ ଏହାକୁ ଏବେ ରିଲିଜ୍‌ କରାଯାଇଛି ।

ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ପ୍ରଯୋଜନା ସଂସ୍ଥା ତରଫରୁ ଆଜି ଏହି ମ୍ୟୁଜିକ୍‌ ଭିଡିଓ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.