Below header

ପିଇ କି ଟଲି ହେଲେ ନେହା କକ୍କର, ଏମିତି ପଡିଲେ ତଳେ ଯେ ଭିଡିଓ ହୋଇଗଲା ଭାଇରାଲ୍‌

କୌଣସି ଷ୍ଟାରଠୁ କମ୍‌ ନୁହଁନ୍ତି ନେହା କକ୍କର । ସେ ବୋଲିଥିବା ପ୍ରତ୍ୟେକଟି ଗୀତ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି । ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଦର୍ଶକଙ୍କୁ ଭେଟି ଦେଇଚାଲିଛନ୍ତି ନେହା । ତେବେ କିଛି ଦିନ ନେହାଙ୍କ ଜୀବନରେ ଆସିଥିଲା ଝଡ । ହିମାଂଶ କୋହଲୀଙ୍କ ସହ ବ୍ରେକ୍‌ ଅପ୍‌ ପରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଥିଲେ ନେହା । କେବଳ ସେତିକି ନୁହେଁ ରିୟଲିଟି ସୋ ମଧ୍ୟରେ ବି ଅନେକ ସମୟରେ କାନ୍ଦି ପକାଇଥିଲେ ।

ଏବେ ନେହାଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ସେ ପିଇ କି ଟଲି ହେବା ସହ ତଳେ ପଡିଯାଉଛନ୍ତି । ନେହାଙ୍କ ସହ ଅଛନ୍ତି ୟୁଟ୍ୟୁବର ଲୀଲା ସିଂହ । ଭିଡିଓରେ ଦେଖାଯାଉଛି, ପ୍ରଥମେ ନେହା ଏକ ଛୋଟ ବୋତଲରୁ କିଛି ପିଉଛନ୍ତି । ଏହା ପରେ କୋକାକୋଲା ପିଉଛନ୍ତି । ଏହା ପରେ ଲୀଲା ମଧ୍ୟ କୋକାକୋଲା ପିଉଛନ୍ତି । ଏହା ପରେ ଉଭୟ ପିଇ କି ଟଲି ହେବାର ନାଟକ କରିବା ସହ ତଳେ ପଡିଯାଉଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି ଯେତେବେଳେ କୋକାକଲାରେ ନିଶା ହୋଇପାରେ ତେବେ ଆଲକହଲର କଣ ଆବଶ୍ୟକତା ।

ନେହାଙ୍କ ଏହି ଭିଡିଓ ଏବେ ଜବରଦସ୍ତ ଭାଇାରାଲ୍‌ ହେବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.