Below header

ଛାଡପତ୍ର ଗୁଜବ ଉଠିବା ପରେ ସ୍ୱାମୀ ରୋହନ ପ୍ରୀତଙ୍କ ସହ ନେହା ସେୟାର କଲେ ରୋମାଣ୍ଟିକ ଫଟୋ

ତେବେ ବର୍ତ୍ତମାନ ନିଜର ଏକ ପୋଷ୍ଟ ମାଧ୍ୟମ ନେହା ସମାଲୋଚକନଙ୍କୁ କଡ଼ା ଜବାବ ଦେଇଛନ୍ତି । ନିଆରା ଅନ୍ଦାଜରେ ସେ ଏହି ଜବାବ ଦେଇଛନ୍ତି । ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ନେହା । ସେ ତାଙ୍କ ସ୍ୱାମୀ ରୋହନପ୍ରୀତ୍‌ଙ୍କ ସହ ନିଜର ୪ଟି ଫଟୋ ସେୟାର୍‌ କରିଛନ୍ତି । ଗୋଟାଏ ଫଟୋରେ ରୋହନପ୍ରୀତ୍‌ ନେହାଙ୍କୁ ଚୁମ୍ବନ ଦେଉଛନ୍ତି ।

ମୁମ୍ବାଇ: ବଲିଉଡ଼ ଓ ପଞ୍ଜାବୀ ସିଙ୍ଗର ନେହା କକ୍କର ଏହିଦିନ କିଛି ନା କିଛି କଥାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଭଲ ଫ୍ୟାନ ଫଲୋର୍ସ ମଧ୍ୟ ଅଛନ୍ତି । ନେହାଙ୍କ ଫ୍ୟାନ୍ସ ତାଙ୍କ ଲୁକ ଏବଂ କଷ୍ଟ୍ୟୁମର ପୁରା ଦିୱାନା । ସୋସିଆଲ ମିଡିଆରେ ସେ ଖୁବ ଆକ୍ଟିଭ ମଧ୍ୟ ରହିଥାନ୍ତି । ପ୍ରାୟ ସମୟ ସେ କିଛି ନା କିଛି ଫଟୋ ବା ଭିଡିଓ ପୋଷ୍ଟ କରିଥାନ୍ତି । ତାଙ୍କର ସବୁପୋଷ୍ଟରେ ଭଲ ରେସପନ୍ସ ଆସିଥାଏ । ଏବେ ସେ ପୁଣି ଥରେ ନିଜ ଲାଟେଷ୍ଟ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

ତେବେ ବର୍ତ୍ତମାନ ନିଜର ଏକ ପୋଷ୍ଟ ମାଧ୍ୟମ ନେହା ସମାଲୋଚକନଙ୍କୁ କଡ଼ା ଜବାବ ଦେଇଛନ୍ତି । ନିଆରା ଅନ୍ଦାଜରେ ସେ ଏହି ଜବାବ ଦେଇଛନ୍ତି । ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ନେହା । ସେ ତାଙ୍କ ସ୍ୱାମୀ ରୋହନପ୍ରୀତ୍‌ଙ୍କ ସହ ନିଜର ୪ଟି ଫଟୋ ସେୟାର୍‌ କରିଛନ୍ତି । ଗୋଟାଏ ଫଟୋରେ ରୋହନପ୍ରୀତ୍‌ ନେହାଙ୍କୁ ଚୁମ୍ବନ ଦେଉଛନ୍ତି । ତେବେ ନେହାଙ୍କର ଏହି ପୋଷ୍ଟ୍‌ରେ ରୋହନ୍‌ପ୍ରୀତ ବି ଏକ ସୁନ୍ଦର ‌କମେଣ୍ଟ୍‌ ଦେଇଛନ୍ତି ।

ସେ ଦୁହେଁ ଏକ ଟ୍ରିପ୍‌ରେ ଯାଇଥିବା ନେହା ପ୍ରକାଶ କରିଛନ୍ତି । ନେହା ଓ ରୋହନପ୍ରୀତ୍‌ଙ୍କ ଛାଡ଼ପତ୍ର ହେବ ବୋଲି କହୁଥିବା ସମାଲୋଚକଙ୍କୁ ସେ ଏହି କଡ଼ା ଜବାବ ଦେଇଛନ୍ତି । ନେହା ତାଙ୍କ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ସ୍ୱାମୀଙ୍କ ସହ ସବୁଠାରୁ ବଢିଆ ଛୁଟି ମନାଇବା ପରେ ମୁଁ ସହରକୁ ‌ଫେରିଲି। ସେଥିରେ ରୋହନ ବି କମେଣ୍ଟ୍‌ ଦେଇଛନ୍ତି, କେତେ ସୁନ୍ଦର ଯାତ୍ରା ଥିଲା ମାଇଁ ଲଭ୍‌ ।

 

View this post on Instagram

 

A post shared by Neha Kakkar (@nehakakkar)

ସୂଚନା ଥାଉକି, ଗତ ୬ ତାରିଖରେ ନେହାଙ୍କର ୩୫ତମ ଜନ୍ମଦିନ ପାର୍ଟିରେ ରୋହନପ୍ରୀତ୍‌ଙ୍କୁ ଦେଖିବାକୁ ମିଳିନଥିଲା । ତେଣୁ ଟ୍ରୋଲର୍ସ ମାନେ ଏହି କଥାକୁ ନେଇସମାଲୋଚନା କରିବା ଆରମ୍ଭ କରିଦେଇଥିଲେ । ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ‌ହୋଇଛି ବୋଲି ଅନୁମାନ ଲଗାଇଥିଲେ। ଏହାପରେ ନେହାଙ୍କୁ ମୁମ୍ବାଇ ବିମାନବନ୍ଦରରେ ବି ଏକୁଟିଆ ଦେଖିବାକୁ ମିଳିଥିଲା । ତାପରେ ସେ ଦୁହିଁଙ୍କ ଛାଡ଼ପତ୍ର ଖବର ଉଠିବା ପରେ ଗଣାମଧ୍ୟମରେ ଭାଇରାଲ ହେବାରେ ଲାଗିଥିଲା । ଏବେ ଏହି ବିଷୟରେ ଏଭଳି ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ନେହା କକ୍କର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.