ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡର ଲୋକପ୍ରିୟ ଗାୟିକା ଅସିସ୍‌ କୌର, ଗୁରୁଦ୍ବାରାରେ ମ୍ୟୁଜିକ କମ୍ପୋଜର ଗୋଲ୍ଡୀ ସୋହେଲଙ୍କୁ କଲେ ବିବାହ

ବିବାହ ବନ୍ଧନରେ ଆବଦ୍ଧ ହେଲେ ‘ରାତା ଲମ୍ବିୟାଁ’ ଗୀତର ଗାୟିକା ଅସିସ କୌର । ଗୁରୁଦ୍ବାରାରେ ପ୍ରେମିକ ଗୋଲ୍ଡୀ ସୋହେଲଙ୍କୁ ବିବାହ କରିଛନ୍ତି । ବିବାହ ଫଟୋ ଭାଇରଲ ହେଉଛି ।

ବଲିଉଡର ଲୋକପ୍ରିୟ ଗାୟିକା ଅସିସ୍‌ କୌର ବିବାହ କରିଛନ୍ତି । ମ୍ୟୁଜିକ କମ୍ପୋଜର ଗୋଲ୍ଡୀ ସୋହେଲଙ୍କ ସହିତ ବିବାହ କରିଛନ୍ତି ଅସିସ । ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ  ବିବାହ କରିଛନ୍ତି ଉଭୟେ । ଅସିସ ଗତକାଲି ପ୍ରେମିକ ଗୋଲ୍ଡୀ ସୋହେଲଙ୍କ ସହିତ ଗୁରୁଦ୍ବାରାରେ ବିବାହ କରିଛନ୍ତି । ବିବାହ ଉତ୍ସବରେ କେବଳ ପରିବାର ଲୋକେ ଏବଂ କିଛି ଅନ୍ତରଙ୍ଗ ବନ୍ଧୁ ସାମିଲ ଥିଲେ ।

ବିବାହରେ ଅସିସ୍‌ ବ୍ଲସ୍‌ ପିଙ୍କ କଲରର ଜରି ୱାର୍କର ସାଲୱାଲ ସୁଟ୍‌ ପିନ୍ଧିଥିଲେ । ସୁଟ୍‌ ସହିତ ଗୋଟା ୱାର୍କର ଦୁପଟା ମ୍ୟାଚ୍‌ କରିଥିଲେ । ଏହାସହିତ ହୀରାର ହାର ପିନ୍ଧିଥିଲେ । ଏମିତି ସୁଟରେ ବହୁତ ସୁନ୍ଦର ଦେଖାଯାଉଥିଲେ ଅସିସ । ସେହିପରି ଗୋଲ୍ଡୀ ବ୍ଲସ୍‌ ପିଙ୍କ କଲରର ଶେରୱାନୀ ପିନ୍ଧିଥିଲେ । ଡ୍ରେସରେ ଦୁଇଜଣ ବହୁତ ସୁନ୍ଦର ଦେଖାଯାଉଥିଲେ ।

 

View this post on Instagram

 

A post shared by Asees Kaur (@aseeskaurmusic)

ବିବାହ ସାରିବା ପରେ ଦୁହେଁ ଅମୃତସରର ସ୍ବର୍ଣ୍ଣ ମନ୍ଦିରକୁ ଯାଇଥିଲେ । ବିବାହ ବେଳର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଦୁହିଁଙ୍କ ବିବାହ ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଯାଇଛନ୍ତି ।

ଅସିସ ଗୀତ ‘ରାତା ଲମ୍ବିୟାଁ, ଦିଲବର, ଆଖ ଲଡ ଜାଭେ’ ଭଳି ଗୀତ ଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.