‘ଜୁନ୍ ୧୩ରେ ସୁଶାନ୍ତଙ୍କ ଘରେ କୌଣସି ପାର୍ଟି ହୋଇନଥିଲା, ଲାଇଟ୍ ବନ୍ଦ ଥିଲା’

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କେମିତି ହୋଇଛି ତାର ତଦନ୍ତ ସିବିଆଇ ଆରମ୍ଭ କରିଦେଇଛି । ଆଜି ସୁଶାନ୍ତ ରହୁଥିବା ଘରକୁ ମଧ୍ୟ ସିବିଆଇ ଅଧିକାରୀ ଯାଇ ଯାଞ୍ଚ କରିଥିବା ସୂଚନା ମିଳିଛି । ତାଙ୍କ ସହ ଫରେନ୍‌ସିକ୍ ଟିମ୍ ମଧ୍ୟ ଯାଇଥିଲେ ।
ସେପଟେ ଆଜି ସୁଶାନ୍ତଙ୍କ ଜଣେ ପଡ଼ୋଶୀ ଏକ ବଡ଼ ବୟାନ୍ ଦେଇଛନ୍ତି । ସେ କହିଛନ୍ତି ଯେ ଜୁନ୍ ୧୩ ରାତିରେ ସୁଶାନ୍ତଙ୍କ ଘରେ କୌଣସି ପାର୍ଟି ହୋଇନଥିଲା । ଲାଇଟ୍ ବନ୍ଦ ଥିଲା । ଯାହା ତାଙ୍କୁ ଅସ୍ୱାଭାବିକ ଲାଗିଥିଲା । କାରଣ ସୁଶାନ୍ତ ଘରେ ରୁହନ୍ତୁ ବା ନରୁହନ୍ତୁ ଲାଇଟ୍ ଜଳୁଥାଏ ।

ସୁଶାନ୍ତଙ୍କ ପଡ଼ୋଶୀଙ୍କର ଏହି ବୟାନ୍ ମାମଲାରେ ନୂଆ ମୋଡ଼ ଆଣିପାରେ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଡ଼ୋଶୀ ଜଣକ ଗଣମାଧ୍ୟମକୁ ଡାକି ନିଜ ତରଫରୁ ଏହି ବୟାନ୍ ଦେଇଛନ୍ତି । ତେଣୁ ତାଙ୍କୁ ମଧ୍ୟ ସିବିଆଇ ପଚରା ଉଚରା କରି ପାରେ । ସୂଚନା ଥାଉ କି, ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା । ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ବେଶ୍ କିଛି ମହଲରୁ ଅଭିଯୋଗ ଆସିଛି । ଏହାକୁ ନେଇ ସାରା ଦେଶରେ ଝଡ଼ ଉଠିଛି ।

cbi team
ସୁଶାନ୍ତଙ୍କ ଘରେ ସିବିଆଇ ଅଧିକାରୀ ଯାଞ୍ଚ କରୁଛନ୍ତି
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.