Below header

ଫେସବୁକରେ ମିଳିଲାନି ଲାଇକ୍ସ, ପଙ୍ଖାରେ ଝୁଲି ଆତ୍ମହତ୍ୟା କଲେ ଯୁବତୀ

ଆଜି କାଲିର ଯୁବପିଢ଼ି ସୋସିଆଲ ମିଡ଼ିଆକୁ ଛାଡ଼ି ଜୀବନ କାଟିବା ଖୁବ କଷ୍ଟକର । ବାସ୍ତବିକ ଜୀବନ ଅପେକ୍ଷା ଭରଚୁଆଲ ଜୀବନରେ ବଂଚିବାକୁ ବେଶୀ ଭଲ ପାଉଛନ୍ତି । ଏହାକୁ କେନ୍ଦ୍ର କରି ଅନେକ ଦୁର୍ଘଟଣା ମାନ ଦିନ କୁ ଦିନ ବଢ଼ିବାରେ ଲାଗିଛି । ଫେସବୁକ ପୋଷ୍ଟରେ କମ ଲାଇକ ମିଳିବାରୁ ଜଣେ ୧୯ ବର୍ଷୀୟା ବାଳିକା ଆତ୍ମହତ୍ୟା କରିଥିବା ଭଳି ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାଟି ଘଟିଛି ଲଂଚେଷ୍ଟାରରେ । ଯେଉଁଠି ୧୯ ବର୍ଷୀୟା ଝିଅଟି ନିଜ ଘର ଭିତରେ ପଙ୍ଖାରେ ଓହଳି ଆତ୍ମହତ୍ୟା କରିଥିଲା ।

ଏହି ଘଟଣାଟି ଗତବର୍ଷ ଡିସେମ୍ବର ମାସରେ ଘଟିଥିବା ବେଳେ ଘଟଣା ସ୍ଥଳରୁ କୌଣସି ସୁରାକ ମିଳିନଥିବାରୁ ଘଟଣା ପଛର ପ୍ରକୃତ କାରଣ ବିଷୟରେ ଜଣାପଡି ପାରି ନଥିଲା । କିନ୍ତୁ ପରେ ଖୋଳତାଡ, ଛାନଭିନ ପରେ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଲୋକଲୋଚନକୁ ଆସିଛି । ଝିଅଟିର ଜନୈକା ଘନିଷ୍ଠ ବାନ୍ଧବୀଙ୍କ କହିବା ଅନୁଯାୟୀ, ଯୁବତୀ ଜଣଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ହିଁ ନିଜ ଫେସବୁକ ପେଜରେ ଏକ ପୋଷ୍ଟ ସେୟାର କରିଥିଲେ ।

କିନ୍ତୁ ତାଙ୍କର ଏହି ପୋଷ୍ଟକୁ ଖୁବ କମ ପରିମାଣର ଲାଇକସ ମିଳିଥିଲା । ଏହାକୁ ନେଇ ନିଜ ଭାରସ୍ୟାମ ହରାଇ ବସିଥିଲେ । କ୍ଳୟ ନାମ୍ନୀ ଏହି ଯୁବତୀ ଜଣଙ୍କ ଦେଖିବାକୁ ଖୁବ ସୁନ୍ଦର ଥିବା ବେଳେ ଏକ ହୋଟେଲରେ ୱେଟର୍ସ ଭାବେ କାମ କରୁଥିଲେ ।ଝିଅକୁ ହରାଇବା ପରେ କ୍ଳୟଙ୍କ ମାଁ ସୋସିଆଲ ମିଡିଆକୁ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି । ତାଙ୍କ କହିବା ଅନୁଯାୟୀ, ଯାହା ତାଙ୍କ ଝିଅ ସହ ଘଟିଛି ଆଉ ଯେମିତି କାହା ସହିତ ବି ନ ଘଟୁ । ସୋସିଆଲ ମିଡ଼ିଆ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି ବିଶେଷଜ୍ଞ ମାନେ ବାରମ୍ବାର ମତ ରଖି ଆସୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.