ନେଟଫ୍ଳିକ୍ସ କରିବ ଲଗାତାର ୧୧ଟି ଧମାକା, ମାଧୁରି, ଶାହାରୁଖ, ପ୍ରିୟଙ୍କା ବନିବେ ଏହାର ଅଂଶ

ମୁମ୍ବାଇ : ନେଟଫ୍ଳିକ୍ସ ଭାରତରେ ପାଦ ରଖିବା ପରେ ବହୁତ ବଡ଼ବଡ଼ ଧମାକା କରିଛି। ଯାହାର ହୃଦୟ ଖୋଲି ସ୍ବାଗତ କରିଛନ୍ତି ଭାରତୀୟବାସୀ। ଏହି କାରଣରୁ ଖୁବ କମ ସମୟରେ ନେଟଫ୍ଳିକ୍ସ ତାହାର ଲୋକପ୍ରିୟତା ବଢ଼ାଇବାରେ ସଫଳ ହୋଇଛି। ଏଣୁ ଗୋଟିଏ ପରେ ଗୋଟିଏ ନୂଆ ସିରିଜ୍ ଲଞ୍ଚ କରିବାରେ ଲାଗିଛି ନେଟଫ୍ଳିକ୍ସ। ତେବେ ଏବେ ନେଟଫ୍ଳିକ୍ସ ଏକ ବଡ଼ ଘୋଷଣା କରିଛି ଯାହା ୱେବସିରିଜ୍ ଦୁନିଆରେ ଏକ ବଡ଼ ପରିବର୍ତ୍ତନ କୁହାଯାଉଛି। ସୂଚନା ଅନୁଯାୟୀ, ନେଟଫ୍ଳିକ୍ସ ଗୋଟିଏ ପରେ ଗୋଟିଏ ୧୧ଟି ଭାରତୀୟ ଫିଲ୍ମର ପ୍ରସ୍ତୁତି କରୁଛି, ଯେଉଁଥିରେ ଅନେକ ବଡ଼ କଳାକାରଙ୍କର ନାଁ କୁ ଯୋଡ଼ା ଯାଇଛି।

netflix-best

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ନେଟଫ୍ଳିକ୍ସରେ ଏଥର ଯୋଡ଼ି ହୋଇଛନ୍ତି ବଲିଉଡ଼ର ଜଣାଶୁଣା କଳାକାର ଶାହାରୁଖ ଖାନ, ମାଧୁରୀ ଦିକ୍ଷିତ୍ ,ପ୍ରିୟଙ୍କା ଚୋପ୍ରା ଏବଂ ଅନୁଷ୍କା ଶର୍ମା। ଏହି କଳାକାରକୁ ନେଇ ଭିନ୍ନ ଭିନ୍ନ ସ୍ବାଦର ଫିଲ୍ମ ପ୍ରଡ଼୍ଯୁସ କରିବାକୁ ଯାଉଛି ନେଟଫ୍ଳିକ୍ସ।ଏହା ଛଡ଼ା ଋଷି କପୁର, ଅପାରଶକ୍ତି ଖୁରାନା, ଅଭୟ ଦେଓଲ, ମିଥିଲା ପାଲକର, ମାନବ କୋଲ, ମୀନା ଗପ୍ତା ଏବଂ ଉଷା ଯାଦବ ମଧ୍ୟ ଏହି ପ୍ରୋଜକ୍ଟର ଅଂଶ ହେବା ନେଇ ଶୁଣିବାକୁ ମିଳିଛି।

Netflix

ଏହି ଖବର ଆସିବାପରେ ଲୋକଙ୍କ ମନରେ ଭଳି ରହିଛି ବହୁତ ଉତ୍ସହ। ଏହା ପ୍ରଥମଥର ପାଇଁ ନୁହଁ ଏହା ପୂର୍ବରୁ ମଧ୍ୟ ନେଟପ୍ଳିକ୍ସ ଅନେକ ଧମକା କରିସାରିଛି ଯାହା ଦ୍ବାରା ସେ ଲୋକଙ୍କ ଭଲପାଇବାର ଭାଗିଦାର ହୋଇପାରିଛି। ନିକଟରେ ଲୋକପ୍ରିୟତା ହାସିଲ କରିଥିବା ସିରିଜ୍ ମାନଙ୍କ ମଧ୍ୟରେ ସିକ୍ରେଟ ଗେମ୍ସ , ଲଷ୍ଟ ଷ୍ଟୋରୀଜ୍ ଆଦି ଧମାଲ ମଚାଉଛି।