ରାସ୍ତା ମଝିରେ ରିକ୍ସା ଚାଳକଙ୍କ ସହ ଅଚାନକ ଡ୍ୟାନ୍ସ କରିବାକୁ ଲାଗିଲେ ନିୟା, ସୋସିଆଲ ମିଡିଆରେ ବ୍ଲାଷ୍ଟ କରୁଛି ଭିଡିଓ

ଟିଭିର ବୋଲଡ଼ ଆକଟ୍ରେସ ନିୟା ଶର୍ମା ଏବେ ନିଜର ନୂଆ ଗୀତ ‘ଫୁଙ୍କ ଲେ’ ର ଜବରଦସ୍ତ ପ୍ରମୋସନ କରୁଛନ୍ତି। ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ନିୟାଙ୍କର ଅନେକ ଭିଡିଓ ଇଣ୍ଟରନେଟରେ ଭାଇରଲ ହେଉଛି। କିନ୍ତୁ ଏବେ ତାଙ୍କର ନୂଆ ଗୀତର ପ୍ରମୋସନ ପାଇଁ ନିୟା ଏକ ଖାସ ପଦକ୍ଷେପ ଉଠାଇଛନ୍ତି। ଯିଏ ବି ଏହି ଭିଡିଓକୁ ଦେଖୁଛନ୍ତି ସେ ଚମକି ପଡୁଛନ୍ତି। ଆକଟ୍ରେସଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଧମାଲ ମଚାଉଛି।
ଟେଲିଭିଜନର ସୁପର ବୋଲଡ଼ ଆକଟ୍ରେସ ନିୟା ଶର୍ମା ଏହି ଭିଡ଼ିଓରେ ରାସ୍ତା ଉପରେ ଖୁଲାମଖୁଲା ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଖାସ କଥା ହେଉଛି ତାଙ୍କ ସହିତ ଏହି ଭିଡ଼ିଓରେ ଯେଉଁମାନେ ବି ଡ୍ୟାନ୍ସ କରୁଛନ୍ତି ସେମାନେ ସମସ୍ତେ ଅଟୋ ଚାଳକ।
ଗୀତର ପ୍ରମୋଟ କରିବା ପାଇଁ ନିୟା ଶର୍ମା ରାସ୍ତା ଉପରେ ଅଟୋ ରିକ୍ସା ଚାଳକଙ୍କ ସହିତ ଖୁବ ନାଚୁଛନ୍ତି। ଏବଂ ଏହି ଭିଡ଼ିଓରେ ସେ ନିଜର ନୂଆ ଗୀତ ‘ଫୁଙ୍କ ଲେ’ର ହୁକ ସ୍ଟେପ୍ସ କରୁଥିବାର ନଜର ଆସୁଛନ୍ତି।
ଏହି ଭିଡ଼ିଓରେ ସେ କ୍ରପ ଲୁକରେ ଧଳା ରଙ୍ଗର ଶାର୍ଟ ସହିତ କଳା ରଙ୍ଗର ଟାଇଟ୍ସ ପ୍ୟାଣ୍ଟ ପିନ୍ଧିଛନ୍ତି। ଏହାସହିତ ଡ୍ରେସ ସହିତ ମ୍ୟାଚିଙ୍ଗ ଚଷମା ବି ପିନ୍ଧିଛନ୍ତି। ଯାହା ତାଙ୍କୁ ଏକଦମ ବୋଲଡ଼ ଲୁକ ଦେଉଛି। ନିୟାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି। ଆପଣ ବି ଦେଖିନିଅନ୍ତୁ ସେହି ଜବରଦସ୍ତ ଭିଡିଓ।
View this post on Instagram