ରବିଙ୍କୁ ନେଇ ଏମିତି ବୟାନ ଦେଲେ ନିଆ, କହିଲେ ଅନ୍ତରଙ୍ଗ ସିନ୍ ସମୟରେ ରବିଙ୍କ ସହିତ ବେଶି କମ୍ଫଟେବୁଲ ଅନୁଭବ କରନ୍ତି

ଚର୍ଚ୍ଚିତ ଟିଭି ଅଭିନେତ୍ରୀ ନିଆ ଶର୍ମା ସବୁବେଳେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ବେଶ ଜଣାଶୁଣା। ନିଆ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ନିକଟରେ ନିଆ ଦାଦା ସାହେବ ଫାଲକେ ଆୱାର୍ଡ ଉତ୍ସବରେ କୋ ଷ୍ଟାର ରବି ଦୁବେଙ୍କୁ ନେଇ ଚାଞ୍ଚଲ୍ଯକର ମନ୍ତବ୍ଯ ଦେଇଛନ୍ତି।

ନିଆଙ୍କ କହିବାନୁସାରେ, ରବି ବେଷ୍ଟ କିସର। ଯେତେବେଳେ ଅନ୍ତରଙ୍ଗ ମୁହୂର୍ତ୍ତ ବେଳର ସିନ୍ କରିବାକୁ ହୋଇଥାଏ, ସବୁବେଳେ ମୁଁ ରବି ସହିତ ସହଜ ମନେ କରିଥାଏ। ଆଉ ଆଜି ମୁଁ ଯାହା ବି ହୋଇଛି, ତାହା ରବି ଯୋଗୁଁ ହୋଇଛି।

 

View this post on Instagram

 

A post shared by Manav Manglani (@manav.manglani)

ସୂଚନାଯୋଗ୍ଯ, ନିଆ ଏବଂ ରବିଙ୍କ କେମେଷ୍ଟ୍ରିକୁ ଲୋକେ ଛୋଟ ପରଦାରେ ବେଶ ପ୍ରଶଂସା କରିଥିଲେ। ପ୍ରଥମେ ଦୁହେଁ ଜମାଇ ରାଜା ସିରିଅଲ ଜରିଆରେ ଲୋକପ୍ରିୟ ହେବା ପରେ ପୁଣି ଦୁହିଁଙ୍କୁ ଜମାଇ ରାଜା ୨.୦ରେ ଦେଖିବାକୁ ମିଳିଥିଲା। ଜମାଇ ରାଜା ୨.୦ ଖୁବଶୀଘ୍ର ଜି ୫ରେ ରିଲିଜ ହେବ। ଯାହାର ପ୍ରିମିୟର ୨୬ ଫେବ୍ରୁଆରୀକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.