ଶାଢ଼ୀରେ ବି ‘ସାକି ସାକି’ ଗୀତରେ ଧମାକେଦାର ଡ୍ୟାନ୍ସ କଲେ ନୋରା, ଧୂମ ମଚାଉଛି ଭିଡିଓ

ବଲିଉଡର ଡ୍ୟାନ୍ସିଂ କ୍ୱିନ ନୋରା ଫତେହୀଙ୍କୁ ତ ଆପଣ ଜାଣିଥିବେ। ଯିଏ କି ନିଜ ଜବରଦସ୍ତ ଡ୍ୟାନ୍ସରେ ସମସ୍ତଙ୍କୁ ମତୁଆଲା କରନ୍ତି। ନୋରା ଫତେହୀ ବର୍ତ୍ତମାନ ଡ୍ୟାନ୍ସ ରିୟଲିଟୀ ଶୋ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ରେ ଜଜ୍ କରୁଛନ୍ତି। ସେଟରୁ ପ୍ରାୟ ସମୟରେ ନୋରାଙ୍କର ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ନୋରାଙ୍କର ଆଉ ଏକ ଭିଡିଓ ଲୋକଙ୍କ ହୃଦୟକୁ ଯେମିତି ବ୍ଲାଷ୍ଟ କରୁଛି। ଏହି ଭିଡିଓଟି ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓକୁ ନୋରାଙ୍କର ଫ୍ୟାନ୍ କ୍ଲବ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।
ଏହି ଭିଡିଓରେ ନୋରା ସାଢ଼ି ପିନ୍ଧି ବହୁତ କମ୍ପଫର୍ଟବେଲ ଡ୍ୟାନ୍ସ କରୁଛନ୍ତି। ଏତେ ସୁନ୍ଦର ନାଚୁଛନ୍ତି ଯାହାକୁ ଦେଖିଲେ ଯିଏ କେହିବି ନିଜ ପାଦ ଉଠାଇବେ ନାଚିବାକୁ। ଖାସ୍ କଥା ହେଉଛି ନୋରା ଶାଢ଼ିରେ ଜବରଦସ୍ତ ଅନ୍ଦାଜରେ ଫୁଲ ଏନର୍ଜୀ ସହିତ ଡ୍ୟାନ୍ସ କରୁଛନ୍ତି।
ଭିଡିଓରେ ନୋରା କୁନି ପ୍ରତିଯୋଗୀ ରୁପସା ସହିତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ଶାଢ଼ିରେ ନୋରାଙ୍କର ଏହି ଡ୍ୟାନ୍ସ ଦେଖି ଦର୍ଶକଙକ୍ ସମେତ ସେଠାରେ ଥିବା ଅନ୍ୟ ଜଜ୍ ଛିଡା ହୋଇ ତାଳି ମାରିବାକୁ ଲାଗିଥିଲେ। ନୋରାଙ୍କର ଏହି ଡ୍ୟାନ୍ସ ଦେଖି ତାଙ୍କ ଫ୍ୟାନ୍ସ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନୋରା ଫତେହୀଙ୍କର ଅନେକ ଡ୍ୟାନ୍ସ ଭିଡିଓ ଖୁବ୍ ଧମାଲ ମଚାଉଛି।