ଉତ୍ତର ପ୍ରଦେଶର ହଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଯାଞ୍ଚ ରିପୋର୍ଟ ଆଧାରରେ ଏସ୍ପି, ଡିଏସ୍ପି ଏବଂ ଇନ୍ସ୍ପେକ୍ଟର ସସ୍ପେଣ୍ଡ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ହଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଯୋଗୀ ସରକାରଙ୍କ ବଡ଼ ଆକ୍ସନ୍ । ଚାପରେ ଥିବା ସରକାର ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ହଥରସ୍ ଗଣଦୁଷ୍କର୍ମ ମାମଲାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାଥମିକ ଯାଞ୍ଚ ରିପୋର୍ଟ ଆଧାରରେ ହଥରସ୍ର ଏସ୍ପି, ଡିଏସ୍ପି ଏବଂ ଇନ୍ସ୍ପେକ୍ଟରଙ୍କୁ ସସ୍ପେଣ୍ଡ କରିଛନ୍ତି । ମାମଲାରେ ଗଠିତ ଏସ୍ଆଇଟି ତାର ପ୍ରାଥମିକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପରେ ସରକାର କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଏଭଳି ଆକ୍ସନ ନେଇଛନ୍ତି ।
ଏହାବାଦ୍ ଆଉ ଦୁଇ ଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଛି । ନିଲମ୍ବିତ ହୋଇଥିବା ଅଧିକାରୀମାନେ ହେଲେ ଏସ୍ପି ବିକ୍ରାନ୍ତ ବୀର, ଡିଏସ୍ପି ରାମ ଶାହବଡ଼, ଇନ୍ସପେକ୍ଟର ଦୀନେଶ ବର୍ମା, ସବ୍ ଇନ୍ସପେକ୍ଟର ଜଗବୀର ସିଂହ ଏବଂ କନଷ୍ଟେବଳ ମହେଶ ପଲ । ଏହାପରେ ଶାମିଲର ଏସ୍ପି ଭୀନତ ଜୈସୱାଲଙ୍କୁ ହଥରସ୍ ଏସ୍ପି ଭାବେ ଚାର୍ଜ ଦିଆଯାଇଛି । ଏମାନ ସମସ୍ତଙ୍କର ନାର୍କୋ ପଲିଗ୍ରାଫ୍ ଟେଷ୍ଟ କରାଯିବ । ଏପଟେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ କାହାକୁ ଅନୁମତି ଦିଆଯାଉ ନଥିବାରୁ ଅସନ୍ତୋଷ ମଧ୍ୟ ବଢୁଛି ।