ଲକଡାଉନ ଚାଲିଥିବା ବେଳେ ଏମିତି ରୋଗର ଶିକାର ହେଲେ ‘ଗରମୀ ଗାର୍ଲ’ ନୋରା, କହିଲେ ରାତିରେ ହେଉଛି ଏମିତି

କରୋନା ଭାଇରସ ଯୋଗୁଁ ଭାରତ ଗତ ୪୦ ଦିନ ହେଲାଣି ଲକଡାଉନରେ। ଲକଡାଉନ ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଏଥିପାଇଁ ଲୋକେ ଘରେ ରହି ଡିପ୍ରେସନର ଭଳି ଅନେକ ରୋଗର ଶିକାର ହେଉଛନ୍ତି। ଏପରି ସ୍ଥଳେ ଅଭିନେତ୍ରୀ ନୋରା ଫତେହୀ ମଧ୍ୟ ଏପରି କିଛି ରୋଗରେ ଆକ୍ରାନ୍ତ ହୋଇଛନ୍ତି, ଯେଉଁଥିପାଇଁ ରାତିରେ ତାଙ୍କୁ ଠିକ୍‌ ଭାବେ ନିଜ ଆସୁନାହିଁ।

ଲକଡାଉନ ଯୋଗୁଁ ନୋରା ଘରେ ରହି ବିରକ୍ତି ହୋଇଗଲେଣି। ଏଥିପାଇଁ ସେ ଶୋଇବାକୁ ଚେଷ୍ଟା କରୁଛନ୍ତି, ତେବେ ଇନସୋମାନିଆ(ଅନିଦ୍ରା) ଭଳି ରୋଗ ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ନୋରା ଟିକଟକ୍‌ ଭିଡିଓ ଜରିଆରେ ଏହାର ଖୁଲାସା କରିଛନ୍ତି। ଯାହାକୁ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ନିକଟରେ ନୋରା ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ, ଯେଉଁଥିରେ ଲକଡାଉନରେ ରହି ଅଲଗା କୌଶଳ ଆପଣାଇବା ପାଇଁ କହିଛନ୍ତି। ସୂଚନାଯୋଗ୍ୟ ନୋରାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ରେ ଅଜୟ ଦେବଗନଙ୍କ ସହିତ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.