ରକୁଲପ୍ରୀତଙ୍କ ଅନୁରୋଧ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ କୋର୍ଟଙ୍କ ନୋଟିସ୍‌, ଖବର ପ୍ରସାରଣ ଉପରେ ଲାଗିପାରେ ରୋକ୍‌

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କୁ ମଧ୍ୟ ପଚରାଉଚରା ଚାଲିଛି। ତେବେ ଏବେ ରକୁଲଙ୍କ ଅନୁରୋଧକ୍ରମେ ଦିଲ୍ଲୀ ହାଇକୋର୍ଟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଏକ ନୋଟିସ୍‌ ଜାରି କରିଛନ୍ତି। ଏହି ନୋଟିସ୍‌ ରକୁଲଙ୍କୁ ନେଇ ଚାଲିଥିବା ନକରାତ୍ମକ ଖବର ସମ୍ବନ୍ଧୀୟ। ଏହାକୁ ନେଇ ରକୁଲ ଅଭିଯୋଗ କରିଛନ୍ତି ଯେ ମିଡିଆ ଟ୍ରାଏଲ ଯୋଗୁ ତାଙ୍କ ଇମେଜ୍‌ ଖରାପ ହେଉଛି।

ରକୁଲ ଅଭିଯୋଗ କରିଛନ୍ତି ଯେ ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ କେସ୍‌ ସାମ୍ନାକୁ ଆସିବା ପରେ ତାଙ୍କ ନାଁ ବି ଏଥିରେ ଯୋଡ଼ାଯାଇଛି। ଏନ୍‌ସିବି ତରଫରୁ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଥିବାରୁ ସେ ସେଠାକୁ ଯାଇଥିଲେ। ଏହାର ଅର୍ଥ ନୁହେଁ ଯେ ସେ ଡ୍ରଗ୍ସ ନିଅନ୍ତି। ସେ ଆଜି ଯାଏଁ ମଦକୁ ଛୁଇଁ ନଥିବା କହିଛନ୍ତି। ତେବେ ଏନ୍‌ସିବିରେ ହାଜର ହେବା ପୂର୍ବରୁ ରାସ୍ତାରେ ତାଙ୍କୁ ମିଡିଆ ଘେରିଯାଇଥିଲେ। ମିଡିଆରେ ତାଙ୍କ ଇମେଜ୍‌କୁ ଖରାପ କରାଯାଇଛି। ଏଣୁ ଏହା ଉପରେ ରୋକ୍‌ ଲଗାଯାଉ ବୋଲି କହିଛନ୍ତି ରକୁଲପ୍ରୀତ।

rakul

ଏହାର ଜବାବରେ କୋର୍ଟ ପରାମର୍ଶ ଦେଇଛନ୍ତି ଯଦି ମିଡିଆରେ ଭୁଲ ରିପୋର୍ଟିଂ କରାଯାଉଛି ତେବେ ଆପଣ ଅଭିଯୋଗ କରିପାରିବେ। ଏଥିସହ ସୂଚନା ଓ ଲୋକସମ୍ପର୍କ ବିଭାଗରେ ମଧ୍ୟ ଅଭିଯୋଗ କରିପାରିବେ। ଅଥବା ଉକ୍ତ ଚ୍ୟାନେଲ ବିରୋଧରେ ଅଭିଯୋଗ କରିପାରିବେ। ତେବେ କୋର୍ଟ ନିଜ ଆଡୁ ଏ ସମ୍ପର୍କିତ ଖବର ପ୍ରକାଶ ଉପରେ କୌଣସି ରୋକ୍‌ ଲଗାଇନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.