Below header

‘ଲୁଡୋ’ ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଅଭିଷେକ ବଚ୍ଚନ ଓ ରାଜକୁମାର ରାଓ

୨୦୨୦ରେ ଦର୍ଶକଙ୍କ ମନ ମୋହିବାକୁ ଆସୁଛି ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ଫିଲ୍ମ ଲୁଡୋ। ଏଥିରେ ଅଭିଷେକ ବଚ୍ଚନ, ରାଜକୁମାର ରାଓ, ସାନ୍ୟା ମାଲହୋତ୍ରା, ଫତିମା ସନା ଶେଖ, ଆଦିତ୍ୟରାୟ କପୁର, ପଙ୍କଜ ତ୍ରିପାଠୀ, ରୋହିତ ସରାଫ ଓ ଆଶା ନେଗୀ ପ୍ରମୁଖ କଳାକାର ନଜର ଆସିବେ। ଏହି ଫିଲ୍ମ ଆଗାମୀ ବର୍ଷ ଏପ୍ରିଲ ୨୪ ତାରିଖରେ ରିଲିଜ୍‌ ହେବ।

ବସୁ, ରାଜକୁମାର ରାଓ ଓ ଅଭିଷେକ ନିକଟରେ ଫିଲ୍ମର ପୋଷ୍ଟର ଟ୍ଵିଟ୍‌ କରି ଏହି ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ‘‘ଆସନ୍ତୁ ହ୍ୟାସ୍‌ଟ୍ୟାଗ୍‌ ଲୁଡୋ ଖେଳିବା, ଫିଲ୍ମ ହଲ୍‌ରେ ୨୪ ଏପ୍ରିଲ ୨୦୨୦ରେ।’’

ଆସନ୍ତାବର୍ଷ ଅଭିଷେକ ବଚ୍ଚନଙ୍କ ଫିଲ୍ମ ଲୁଡୋ ବ୍ୟତୀତ ଆଉ ଏକ ଥ୍ରୀଲର ଫିଲ୍ମ ‘କାହାନୀ’ ମଧ୍ୟ ପ୍ରେକ୍ଷାଳୟକୁ ଆସିବ। ଏହି ଫିଲ୍ମରେ ସେ କାଳ୍ପନିକ ଚରିତ୍ର ବବି ବିଶ୍ୱାସଙ୍କ ଭୂମିକାରେ ନଜର ଆସିବେ। ଶାହାରୁଖ ଖାନ୍‌ଙ୍କ ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟରେ ସୁଜୟ ଘୋଷଙ୍କ ସ୍କ୍ରିପ୍ଟ ପ୍ରଡକ୍ସନ୍‌ ସହ ଏହି ଫିଲ୍ମର ନିର୍ମାଣ କରାଯିବ। ଏଥିରେ ବବି ବିଶ୍ୱାସ ମୁଖ୍ୟ ଭୂମିକାରେ ନଜର ଆସିବେ।

ତେବେ ଲୁଡୋ ପୂର୍ବରୁ ରାଜକୁମାରଙ୍କ ଫିଲ୍ମ ସିମଲା ମିର୍ଚ୍ଚି ରିଲିଜ୍‌ ହେବ। ଏହି ଫିଲ୍ମ ଆସନ୍ତାବର୍ଷ ଜାନୁୟାରୀ ୩ ତାରିଖରେ ହଲ୍‌କୁ ଆସିବ। ଫିଲ୍ମରେ ରାଜକୁମାରଙ୍କ ସହ ହେମାମାଳିନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ରମେଶ ସିପ୍ପିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ରକୁଲ ପ୍ରୀତ ସିଂହ ଓ ଶକ୍ତି କପୁର ମଧ୍ୟ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.