ମାତ୍ର ୨୦ ମିନିଟ୍‌ ଚାଲିବା ଦ୍ୱାରା ଗୋଟିଏ ନୁହେଁ ୭ ପ୍ରକାରର କ୍ୟାନ୍‌ସରରୁ ମିଳିଥାଏ ମୁକ୍ତି

ପ୍ରତ୍ୟେକ ଏକ୍ସରସାଇଜ୍‌ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। କିନ୍ତୁ ବର୍ତ୍ତମାନ ହୋଇଥିବା ଏକ ରିସର୍ଚ୍ଚରୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରିସର୍ଚ୍ଚ ମୁତାବକ ଶାରୀରିକ ପରିଶ୍ରମ କରିବା ଦ୍ୱାରା ଗୋଟିଏ ନୁହେଁ ବରଂ ୭ଟି କ୍ୟାନସରରୁ ମୁକ୍ତି ମିଳିପାରିବ। ଦିନକୁ ମାତ୍ର ୨୦ ମିନିଟ୍‌ ଚାଲିବା ଦ୍ୱାରା କ୍ୟାନସର ଭଳି ଭୟଙ୍କର ରୋଗରୁ ରକ୍ଷା ପାଇହେବ।

 

ଜର୍ଣ୍ଣାଲ ଅଫ୍‌ କ୍ଲିନିକାଲ ଅଙ୍କୋଲୋଜିରେ ପ୍ରକାଶିତ ରିସର୍ଚ୍ଚ ମୁତାବକ ସପ୍ତାହକୁ ଅଢ଼େଇରୁ ୫ ଘଣ୍ଟା ହାଲ୍‌କା ଫୁଲ୍‌କା ଆକ୍ଟିଭିଟି ଓ ୧.୨୫ ଘଣ୍ଟାରୁ ୨.୫ ଘଣ୍ଟା ପର୍ଯ୍ୟନ୍ତ କଠିନ ଶାରୀରିକ ପରିଶମ କରିବା ଆବଶ୍ୟକ। ଏହା ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୭ ପ୍ରକାରର କ୍ୟାନସରରୁ ରକ୍ଷା କରିବରେ ସାହାଯ୍ୟ କରିବ। ପ୍ରତିଦିନ ୨୦ ମିନିଟ୍‌ ଚାଲିବା ଦ୍ୱାରା କ୍ୟାନସରର ଆଶଙ୍କା ହ୍ରାସ ପାଇଥାଏ।

 

୨୦ ମିନିଟ୍‌ ଚାଲିବା ବା କିଛି ସମୟ ପାଇଁ ସାଇକେଲ ଚଲାଇବା ଦ୍ୱାରା ୧୮ ପ୍ରତିଶତ ଲିଭର କ୍ୟାନସରର ଆଶଙ୍କା, ୬ ପ୍ରତିଶତ ସ୍ତନ କର୍କଟର ଆଶଙ୍କା ଓ ୧୧ ପ୍ରତିଶତ କିଡ୍‌ନୀ କ୍ୟାନସରର ଆଶଙ୍କାକୁ ଦୂରାଯାଇପାରିବ। କେବଳ ଏତିକି ନୁହେଁ ମହିଳାଙ୍କଠାରେ ୧୮ ପ୍ରତିଶତ ଗର୍ଭାଶୟ କ୍ୟାନସରର ଆଶଙ୍କା, ୧୮ ପ୍ରତିଶତ ଲିମ୍ଫୋମାର ଆଶଙ୍କା, ୧୪ ପ୍ରତିଶତ କଲେଶନ୍‌ କ୍ୟାନସରର ଆଶଙ୍କା ଓ ୧୯ ପ୍ରତିଶତ ବ୍ଲଡ୍‌ କ୍ୟାନସରର ଆଶଙ୍କାକୁ କମ୍‌ କରାଯାଇପାରିବ।

ରିସର୍ଚ୍ଚ ମୁତାବକ ଏକ୍ସରସାଇଜ୍‌ କରିବା ଦ୍ୱାରା କ୍ୟାନସରର ଆଶଙ୍କା କମିଥାଏ କାରଣ ଏହା ଦ୍ୱାରା ଓଜନ ହ୍ରାସ ପାଇଥାଏ। ଜଣେ ଓଜନ ନ କମାଇ ମଧ୍ୟ ନିଜକୁ ଶାରୀରିକ ଭାବେ ଫିଟ୍‌ ରଖିବା ଦ୍ୱାରା ମଧ୍ୟ କ୍ୟାନସରର ଆଶଙ୍କା କମ୍‌ ହୋଇଥାଏ ବୋଲି ରିସର୍ଚ୍ଚରୁ ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.