ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ହୋଟେଲ୍‌ରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି। ଖୋର୍ଦ୍ଧାର ସୌମ୍ୟରଂଜନ ଶତପଥୀଙ୍କୁ ସେ ବିବାହ କରିଛନ୍ତି।

diptirekhaସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ, କଣ୍ଠଶିଳ୍ପୀ ଆଶୁତୋଷଙ୍କ ସହ ସଂଗୀତ ଦୁନିଆର କିଛି ହାତଗଣତି ଶିଳ୍ପୀ ବିବାହ ଉତ୍ସବରେ ଯୋଗଦେଇ ଆଶୀର୍ବାଦ ଦେଇଥିଲେ। ‘ଲଭ୍‌ ଡଟ୍ କମ୍’‌ରୁ ସଂଗୀତ ଜଗତରେ ନିଜର ଯାତ୍ରା ଆରମ୍ଭ କରିଥିଲେ ଦୀପ୍ତିରେଖା । ତେବେ ସେ ହାଏ ତୋ ପ୍ରେମର ଗଜଲ୍‌ ଗଜଲ୍, ହାଏ ତୋ ପ୍ରେମର ରଙ୍ଗୋଲି, ଲାଲ୍‌ ଗୁଲାବି, ତୁ ମୋ ଲଭ୍‌ ଷ୍ଟୋରି ଭଳି ଅନେକ ସୁପରହିଟ୍‌ ଗୀତ ଭେଟି ଦେଇଛନ୍ତି ଦର୍ଶକଙ୍କୁ। ‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.