ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮, ବିଜୟ ମିଶ୍ରଙ୍କୁ ଜୟଦେବ ସମ୍ମାନ ଓ ‘କହେ ବଲ୍ଲଭ’କୁ ସ୍ପେଶାଲ ଜୁରୀ ଆଓ୍ଵାର୍ଡ

ଭୁବନେଶ୍ବର: ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮। ବିଜୟ ମିଶ୍ର ପାଇବେ ସମ୍ମାନସୂଚକ ଜୟଦେବ ପୁରସ୍କାର । ଶ୍ରେଷ୍ଠ ଅଭିନେତା ମିହିର ଦାସ ଓ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି ଅର୍ଚ୍ଚିତା। କାଦମ୍ବିନୀ ମିଡ଼ିଆର ପ୍ରାମାଣିକ ଚଳଚ୍ଚିତ୍ର ‘କହେ ବଲ୍ଲଭ’କୁ ସ୍ପେଶାଲ ଜୁରୀ ଆଓ୍ଵାର୍ଡ ପ୍ରଦାନ କରାଯିବ।

KAHE BLLAVA

ଶ୍ରେଷ୍ଠ ନିର୍ଦ୍ଦେଶକ ମନମୋହନ ମହାପାତ୍ର, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା, ଶ୍ରେଷ୍ଠ ଗୀତିକାର ବସନ୍ତରାଜ ସାମଲଙ୍କୁ ସମ୍ମାନୀତ କରାଯିବ। ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ କରୁଣାକର, ଅନ୍ତରା ଚକ୍ରବର୍ତ୍ତୀଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ସମ୍ମାନ ପ୍ରଦାନ କରାଯିବ। ଶ୍ରେଷ୍ଠକାହାଣୀ ପାଇଁ ସମ୍ମାନୀତ ହେବେ ଡି ନିରଞ୍ଜନ ରେଡ୍ଡୀ। ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ ସମ୍ମାନିତ କରାଯିବ। ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇବେ ଅକ୍ଷୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.