ଅଭିନେତା ପଙ୍କଜ ତ୍ରିପାଠୀଙ୍କ ବାପାଙ୍କ ପରଲୋକ, ୯୮ ବର୍ଷ ବୟସରେ ଦୁନିଆକୁ କହିଲେ ଅଲ୍‌ବିଦା

‘ଓଃ ମାଇଁ ଗଡ୍‌ ୨ (ଓଏମ୍‌ଜି ୨)’ର ସଫଳତା ଭିତରେ ଫିଲ୍ମର ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନେଇ ଆସିଛି ଏକ ବଡ଼ ଦୁଃଖ ଖବର। ପଙ୍କଜ ତ୍ରିପାଠୀଙ୍କ ବାପା ପଣ୍ଡିତ ବନାରସ୍‌ ତିଓ୍ଵାରୀଙ୍କର ପରଲୋକ ଘଟିଛି।

‘ଓଃ ମାଇଁ ଗଡ୍‌ ୨ (ଓଏମ୍‌ଜି ୨)’ର ସଫଳତା ଭିତରେ ଫିଲ୍ମର ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନେଇ ଆସିଛି ଏକ ବଡ଼ ଦୁଃଖ ଖବର। ପଙ୍କଜ ତ୍ରିପାଠୀଙ୍କ ବାପା ପଣ୍ଡିତ ବନାରସ୍‌ ତିଓ୍ଵାରୀଙ୍କର ପରଲୋକ ଘଟିଛି। ତାଙ୍କୁ ୯୮ ବର୍ଷ ହୋଇଥିଲା। ସେ ବିହାରର ବେଲସଣ୍ଡ୍‌ ଗାଁରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ପରିବାର ସୂତ୍ରରୁ ଜଣାପଡ଼ିଛି, ପଣ୍ଡିତ ବନାରସ୍‌ ତିଓ୍ଵାରୀଙ୍କୁ ଶ୍ୱାସରୋଗ ଥିଲା। ସୋମବାର ସକାଳେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିଥିଲା ଏବଂ ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ସୂଚନା ମୁତାବକ, ବାପାଙ୍କ ନିଧନ ଖବର ଶୁଣି ପଙ୍କଜ ମୁମ୍ବାଇରୁ ନିଜ ପୈତୃକ ଗ୍ରାମ ଅଭିମୁଖେ ବାହାରିଛନ୍ତି। ରାତି ୧୧ଟା ସୁଦ୍ଧା ସେ ଗାଁରେ ପହଞ୍ଚିବେ।

ପୂର୍ବରୁ ପଙ୍କଜ ତ୍ରିପାଠୀ ଏକ ସାକ୍ଷାତକାରରେ ନିଜ ବାପାଙ୍କ ବିଷୟରେ କହିଥିଲେ ଯେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କେଉଁ କାମ କରୁଛନ୍ତି, ତାହା ତାଙ୍କ ବାପା ଜାଣିନାହାନ୍ତି। ଏପରି କି, ସେ କେବେ ଥିଏଟର ଭିତରକୁ ଯାଇ ଦେଖିନାହାନ୍ତି ଯେ ଥିଏଟର କେମିତି ହୋଇଥାଏ।

ପଙ୍କଜ କହିଥିଲେ କି, ତାଙ୍କ ଘରର ଗୃହ ପ୍ରବେଶ ସମାରୋହ ପାଇଁ ଥରେ ତାଙ୍କ ବାପା ମୁମ୍ବାଇ ଆସିଥିଲେ। ଏହାପରଠାରୁ ସେ ଅନେକ ବର୍ଷ ଧରି ଯାଇ ନ ଥିଲେ। ଯେତେବେଳେ କେହି ଜଣେ ତାଙ୍କ ବାପାଙ୍କୁ ଟିଭିରେ ଫିଲ୍ମ ଦେଖାଉଥିଲେ, ସେତେବେଳେ ସେ ଦେଖୁଥିଲେ। ଏମିତିରେ ସେ ସିନେମା ଦେଖିବା ପାଇଁ କେବେ ବି ହଲକୁ ଯାଇ ନାହାନ୍ତି। ନିକଟରେ ପଙ୍କଜ ତାଙ୍କ ଗାଁ ଘରେ ବାପା, ମା’ଙ୍କ ପାଇଁ ଏକ ଟିଭି ଲଗାଇଥିଲେ।