୮ ବର୍ଷ ପରେ ଗିରଫ ହେଲେ ନାରାୟଣପାଟଣାର ଫେରାର୍ ପୂର୍ବତନ ବିଡିଓ , ୭ଟି ମାମଲା ରହିଛି

କୋରାପୁଟ ଜିଲ୍ଲା ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କଲା ଭିଜିଲାନ୍ସ । ସେ ୭ଟି ମାମଲାରେ ଗତ ଆଠ ବର୍ଷ ହେଲା ଫେରାର ଥିଲେ । ତାଙ୍କୁ ଆଜି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଛି ।

କୋରାପୁଟ(କେନ୍ୟୁଜ୍): ୮ ବର୍ଷ ପରେ ଦୁର୍ନୀତି ମାମଲାରେ ଫେରାର୍ ପୂର୍ବତନ ବିଡିଓ ଗିରଫ । କୋରାପୁଟ ଜିଲ୍ଲା ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କଲା ଭିଜିଲାନ୍ସ । ସେ ୭ଟି ମାମଲାରେ ଗତ ଆଠ ବର୍ଷ ହେଲା ଫେରାର ଥିଲେ । ତାଙ୍କୁ ଆଜି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଛି । ଏହାପରେ ଟ୍ରାନଜିଟ ରିମାଣ୍ଡରେ ଓଡ଼ିଶା ଆଣିବ ଭିଜିଲାନ୍ସ । ୨୦୧୫ରେ ବିନା କାର୍ଯ୍ୟାଦେଶରେ ଚୋଭାପଦରରେ ଅଙ୍ଗନବାଡ଼ି କେନ୍ଦ୍ର ଘର ନିର୍ମାଣରେ ୬ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ହୋଇଥିଲା ।

ସେହିପରି ଡୁମସିଲରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣରେ ୩ ଲକ୍ଷ ଟଙ୍କାର ସରକାରୀ ଅର୍ଥ ତୋଷାରପାତ ଅଭିଯୋଗ ହୋଇଥିଲା । ଏଭଳି ତାଙ୍କ ନାଁରେ ମୋଟି ୩୪ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ ରହିଥିଲା । ଦୁର୍ନୀତି ଅଭିଯୋଗ ପରଠୁ ଫେରାର ଥିଲେ ରମେଶ ଚନ୍ଦ୍ର ସାହୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.