ନାଳରେ ପଡି ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ସ୍କୁଲ ସମ୍ମୁଖରେ ଧାରଣା

ବୋଡେ଼ନ ଥାନା ଅନ୍ତର୍ଗତ ବୁଢ଼ାପରା ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଅଘଟଣ। ବିଦ୍ୟାଳୟ ନିକଟସ୍ଥ ନାଳପାଣିରେ ବୁଡି ଜଣେ ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ ଘଟିଛି। 

ନୂଆପଡା(କେନ୍ୟୁଜ୍):  ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବୁଢ଼ାପରା ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଅଘଟଣ। ବିଦ୍ୟାଳୟ ନିକଟସ୍ଥ ନାଳପାଣିରେ ବୁଡି ଜଣେ ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ ଘଟିଛି।  ମୃତ ଛାତ୍ର ଜଣକ ହେଲେ ବୁଢ଼ାପରା ଗାଁର ରୁଦ୍ରମାଧବ ଜଗତଙ୍କ ୮ ବର୍ଷର ପୁଅ ରକି ଜଗତ ବୋଲି ଜଣାପଡିଛି ।

ଅପରପକ୍ଷେ, ମୃତଛାତ୍ରଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବା ସହ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି। ବୋଡେ଼ନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.