ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ 5T ସଚିବ, ଦେଲେ ୯ଟି ଟିପ୍ସ

ଆଜି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ଭୁବନେଶ୍ବର ଜନତା ମଇଦାନରେ ଭେଟି ଆଲୋଚନା କରିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ୍ । ଛାତ୍ରଛାତ୍ରୀଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି । ଜିଲ୍ଲାର ସବୁ କଲେଜକୁ 5T ଅଧୀନରେ ରୂପାନ୍ତର କରାଯିବ । ଭିତ୍ତିଭୂମିର ବିକାଶ କରାଯିବ ।

କେନ୍ୟୁଜ୍(ବ୍ୟୁରୋ): 5Tରେ ସାମିଲ ହୋଇଛି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ । ଆଜି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ଭୁବନେଶ୍ବର ଜନତା ମଇଦାନରେ ଭେଟି ଆଲୋଚନା କରିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ୍ । ଛାତ୍ରଛାତ୍ରୀଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି । ଜିଲ୍ଲାର ସବୁ କଲେଜକୁ 5T ଅଧୀନରେ ରୂପାନ୍ତର କରାଯିବ । ଭିତ୍ତିଭୂମିର ବିକାଶ କରାଯିବ । ପିଲାମାନଙ୍କ କଠିନ ପରିଶ୍ରମ କରିବା ସହ ଭଲ ପାଠ ପଢ଼ି ବଡ଼ ମଣିଷ ହେବାକୁ ପରାମର୍ଶ ଦେଇଛନ୍ତି 5T ସଚିବ ଭି. କେ ପାଣ୍ଡିଆନ୍ ।

ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ ଏବଂ ଶାହୁରଖ ଖାନଙ୍କ ଉଦାହରଣ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ 5T ସଚିବ ୯ଟି ଟିପ୍ସ ଦେଇଛନ୍ତି । ଖେଳନ୍ତୁ, ଫିଟ ରୁହନ୍ତୁ । ମାନସିକ ସୁସ୍ଥତା ପାଇଁ ଧ୍ୟାନରେ ୧୫ ମିନିଟ ବସନ୍ତୁ। ଦୈନିକ ୧୪ ଘଣ୍ଟା ପରିଶ୍ରମ କରନ୍ତୁ । ୫ ବର୍ଷର ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଫଳ ଦେବ ବୋଲି କହିଛନ୍ତି ଫାଇଭ ଟି ସଚିବ । ଭଲ ସାଙ୍ଗ କରନ୍ତୁ । ଜୀବନରେ ଭଲ ସାଙ୍ଗର ପ୍ରଭାବ ବହୁତ ଥାଏ । ସଫଳତା ଆଣିବାରେ ଭଲସାଙ୍ଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଗୁରୁ, ମାତାପିତାଙ୍କୁ ମୁଣ୍ଡିଆ ମାରନ୍ତୁ। ଆଡିକସନ, ନିଶାଠୁ ଦୂରରେ ରୁହନ୍ତୁ । ଆଇଡିଆ ବାଣ୍ଟନ୍ତୁ । ଯେତେ ଦୂର ପାଠ ପଢିବାକୁ ଆସିଲେ ବି କିଛି ମନଦୁଃଖ କରନ୍ତୁ ନାହିଁ, କଠିନ ପରିଶ୍ରମ କରନ୍ତୁ ବୋଲି କହିଛନ୍ତି ଫାଇଭ ଟି ସଚିବ ଭିକେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.