ବିବାହ ପାଇଁ ଉଦୟପୁରରେ ପହଞ୍ଚିଲେ ପରିଣୀତି ଚୋପ୍ରା ଓ ରାଘବ ଚଢା; ସୁପର୍‌ କୁଲ୍‌ ଯୋଡ଼ିଙ୍କର ହେଲା ଗ୍ରାଣ୍ଡ୍‌ ୱେଲକମ୍‌

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢା। ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି।

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢା। ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ବିବାହକୁ ଆଉ ମାତ୍ର ୨ ଦିନ ଥିବାବେଳେ ଶୁକ୍ରବାର ସକାଳେ କପଲ୍‌ ନିଜ ପରିବାର ସହିତ ଉଦୟପୁରରେ ପହଞ୍ଚିଥିଲେ।

ପରିଣୀତି ଓ ରାଘବଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏହି ଫଟୋଗୁଡ଼ିକରେ ଦୁହେଁ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ରାଘବ ନେଭି ବ୍ଲୁ ରଙ୍ଗର ସ୍ୱେଟ୍‌ଶାର୍ଟ ପିନ୍ଧିଥିବା ବେଳେ ପରିଣୀତି ମେରୁନ୍‌ ରଙ୍ଗର ଜମ୍ପ୍‌ସୁଟ କ୍ୟାରି କରିଥିଲେ। ଦୁହେଁ ଗଗଲ୍ସ ପିନ୍ଧିଥିଲେ। ବିବାହ ପୂର୍ବରୁ ଉଭୟଙ୍କର ଏହି ଲୁକ୍‌ ବହୁତ କୁଲ୍‌ ଲାଗୁଛି। ଫଟୋ ଏବଂ ଭିଡିଓରେ କପଲ୍‌ଙ୍କ ପରିବାର ଲୋକେ ଓ ଘନିଷ୍ଠ ସମ୍ପର୍କୀୟ ନଜର ଆସିଛନ୍ତି।

ସେପଟେ ଉଦୟପୁରରେ ବିବାହର ପ୍ରସ୍ତୁତି ମଧ୍ୟ ଜୋର୍‌ସୋରରେ ଆରମ୍ଭ ହୋଇଯାଇଛି। ଉଭୟଙ୍କୁ ଉଦୟପୁରରେ ଗ୍ରାଣ୍ଡ୍‌ ୱେଲକମ୍‌ କରାଯାଇଛି। ପରିଣୀତି ଓ ରାଘବଙ୍କ ସ୍ୱାଗତ ପାଇଁ ଉଦୟପୁର ଏୟାରପୋର୍ଟରେ ଢୋଲ ବାଜା ବଜାଯାଇଥିଲା। ଏହା ସହିତ ବଡ଼ ବ୍ୟାନର ମଧ୍ୟ ଲଗାଯାଇଥିଲା, ଯେଉଁଥିରେ ଲେଖା ହୋଇଥିଲା, ‘ଉଦୟପୁରରେ ପରିଣୀତି ଚୋପ୍ରା ଓ ରାଘବ ଚଢାଙ୍କୁ ସ୍ୱାଗତ’।

ଆସନ୍ତାକାଲି ଅର୍ଥାତ୍‌ ସେପ୍ଟେମ୍ବର ୨୩ରେ ବିବାହର ରୀତିନୀତି ଆରମ୍ଭ ହୋଇଯିବ। ପରିଣୀତିଙ୍କ ଚୁଡା ସେରିମନିରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ସକାଳ ୧୦ଟାରେ ଅଭିନେତ୍ରୀଙ୍କୁ ଚୁଡା ପିନ୍ଧାଯିବ। ସକାଳ ୧୦ଟାରୁ ଦ୍ୱିପ୍ରହର ୧ଟା ମଧ୍ୟରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ଚୁଡା ସେରିମନି ମହାରାଜା ସ୍ୱିଟ୍‌ସରେ ହେବ।

ସେହିପରି ୨୪ ତାରିଖ ଦ୍ୱିପ୍ରହର ୧ଟାରେ ରାଘବ ଚଢ଼ାଙ୍କ ସେହରା ବନ୍ଧା ରୀତି କରାଯିବ। ଏହାପରେ ତାଜଲେକ ପ୍ୟାଲେସ୍‌ରୁ ଦ୍ୱିପ୍ରହର ୨ଟାରେ ବରଯାତ୍ରୀ ବାହାରିବେ। ଏହିଠାରୁ ବରଯାତ୍ରୀ ସିଧା ଲୀଲା ପ୍ୟାଲେସ୍‌ରେ ପହଞ୍ଚିବେ। ସେଠାରେ ଅପରାହ୍ନ ୩ଟା ୩୦ରେ ଜୟମାଲା, ୪ଟା ସାତଫେରା ଏବଂ ସନ୍ଧ୍ୟା ୬ଟା ୩୦ରେ ବିଦାୟୀ ହେବ। ରାତି ୮ଟା ୩୦ରେ କୋର୍ଟୟାର୍ଡରେ ଏକ ଛୋଟ ରିସେପ୍ସନ ପାର୍ଟି ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.