ପୁଣି ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ: ସରକାରୀ କର୍ମଚାରୀ ମାନ୍ୟତା, ୧୮ ହଜାର ଟଙ୍କା ଦରମା ଦାବି

ରାଜଧାନୀ ଭୁବନେଶ୍ବରରେ ପୁଣି ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଅଙ୍ଗନବାଡ଼ି କର୍ମୀ । ଏଥିସହ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀ ଭୁବନେଶ୍ବରରେ ପୁଣି ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଅଙ୍ଗନବାଡ଼ି କର୍ମୀ । ଏଥିସହ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି । ମାସିକ ବେତନ ୧୮୦୦୦ ଟଙ୍କାକୁ ବୃଦ୍ଧି ଏବଂ ସହାୟିକାଙ୍କୁ ୯୦୦୦ ବେତନ ଦିଆଯାଉ। ମିନି କର୍ମୀ ମାନଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀ ଭାବେ ଘୋଷଣା କରାଯାଉ। , କର୍ମୀ ମାନଙ୍କ EPF ESIC ଏବଂ ଗ୍ରାଚ୍ୟୁଇଟି ଲାଗୁ କରିବାକୁ ଦାବି କରିଛନ୍ତି ।

ଖାଲି ସେତିକି ନୁହେଁ ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ । ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯାଉ । ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀ ମାନ୍ୟତା ଦାବି । ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ।

ବିଗତ ଦିନ ମାନଙ୍କରେ ଅନେକ ଥର ରାଜ୍ୟ ସରକାରଙ୍କୁ ଗୁହାରୀ କରିଛୁ କିନ୍ତୁ ଆମ ଗୁହାରୀ ସରକାର ଶୁଣୁନାହାନ୍ତି। ପରିଶ୍ରମ ଅଧିକା କରୁଥିବା ବେଳେ ବେତନ କମ ଦେଉଛନ୍ତି। ଯଦି ଆମ ଦାବି ସରକାର ପୂରଣ ନ କରନ୍ତି ଆମ ଆସୋସିଏ ସନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବା ସହ ଗାଁ ଗାଁ ରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛି ସଙ୍ଘ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.