Below header

ଆରିୟାଙ୍କ ପ୍ରେମରେ ପାର୍ଥ ! ଭାଙ୍ଗିଦେଲେ କି ଏରିକାଙ୍କ ସହିତ ସମ୍ପର୍କ ?

ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କସୌଟି ଜିନ୍ଦେଗୀ କି ୨ ’ ରେ ନାଏକ ସାଜିଥିବା ପାର୍ଥ ସାମନ୍ଥାନ ଗୋଟିଏ ପରେ ଗୋଟିଏ ପ୍ରେମିକା ବଦଳାଇବାରେ ଲାଗିଛନ୍ତି। ନିକଟରେ ସେ ଏରିକାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଥିବା ବେଳେ ଏବେ କୁଆଡେ ସେ ଆରିୟା ଅଗ୍ରଓ୍ଵାଲଙ୍କ ପ୍ରେମରେ ପଡ଼ିଛନ୍ତି। ଆରିୟା ଉକ୍ତ ଶୋ’ରେ ମିସ୍କା ଭୂମିକାରେ ଅଭିନୟ କରୁଥିଲେ। ପାର୍ଥ ଏବଂ ଏରିକାଙ୍କ ସିରିଅଲରେ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। କିନ୍ତୁ ଏବେ ପାର୍ଥ ଏବଂ ଆରିୟାଙ୍କ ସମ୍ପର୍କ ସତ କି ଗୁଜବ ତାହା ପରେ ଜଣାପଡିବ।

partha

ନିକଟରେ ଆରିୟା ଏବଂ ପାର୍ଥଙ୍କ ଏକ ଭିଡିଓ ‘ ନିନ୍ଦ ଚୁରାଇ ମେରି କିସନେ ଓ ସନମ୍‌ ତୁନେ’ ଗୀତରେ ଇଣ୍ଟରନେଟରେ ଭାଇରାଲ ହୋଇଥିଲା ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବେଶ୍‌ ନିବିଡ ଥିବା ମଧ୍ୟ ଏହି ଭିଡିଓରୁ ଜଣାପଡୁଛି । ପାର୍ଥ ନିକଟରେ ଆରିୟାଙ୍କ ଲୋଖଣ୍ଡଓ୍ଵାଲା ଘରକୁ ଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଏହାସହ ପଢ଼ନ୍ତୁ ; ଫରହାନଙ୍କ ସହିତ ସ୍କ୍ରିନ ସେୟାର କରିବେ ମୃଣାଳ, ମିଳିଲା ଏହି ଅଫର

ଏରିକା ପାର୍ଥଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି। ଏପରିକି ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେଉଥିବାକୁ ନେଇ ଚର୍ଚ୍ଚା ହେଉଥିଲା। ମାତ୍ର ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପାର୍ଥ ଏରିକାଙ୍କୁ ଛାଡ଼ି ଏବେ ଆରିୟାଙ୍କ ସହ ସମୟ କଟାଇବାକୁ ସେ ଭଲ ପାଉଛନ୍ତି। ହେଲେ ଏହି କଥାଟି କେତେ ସତ କେତେ ମିଛ ତାହା ସମୟ କହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.