ଶ୍ରୀମନ୍ଦିରର ଭିତରେ ଓଡ଼ିଆ ଫିଲ୍ମ ହିରୋଇନ୍‌ ଦିବ୍ୟାଙ୍କ ଫଟୋ ହେଲା ଭାଇରାଲ, ଏତେ କଟକଣା ସତ୍ତ୍ୱେ ଭିତରକୁ ମୋବାଇଲ୍‌ ଗଲା କିପରି ?

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ । ଫଟୋରେ ଅଛନ୍ତି ଓଡ଼ିଆ ଫିଲ୍ମ ହିରୋଇନ୍‌ ଦିବ୍ୟା । ସେ ସପରିବାର ସହ ଆନନ୍ଦବଜାରରେ ବସି ମହାପ୍ରସାଦ ଖାଉଛନ୍ତି । ଏହି ଫଟୋ ଭାଇରାଲ ହୋଇଛି । ହେଲେ ଏହି ଫଟୋକୁ କିଏ ଭାରରାଲ କରିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏତେ କଟକଣା ସତ୍ତ୍ୱେ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍‌ ଗଲା କିପରି ? ସୁରକ୍ଷା ଦୃଷ୍ଟି କୋଣରୁ ମୋବାଇଲ୍‌ ନେବା ନିଷିଦ୍ଧ କରାଯାଇଛି । ଜଣେ ଅଭିନେତ୍ରୀ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇଲେ କାହିଁକି ? ଶ୍ରୀମନ୍ଦିର କଟକଣା ସଂପର୍କରେ କ’ଣ ଜାଣି ନାହାନ୍ତି ଅଭିନେତ୍ରୀ ? ଯଦି କଟକଣା ବିଷୟରେ ଜାଣିଛନ୍ତି, ତେବେ ଫଟୋ ଉଠାଇଲେ କାହିଁକି ? ସେପଟେ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍‌ ଯିବା ନେଇ ସୁରକ୍ଷାକର୍ମୀ ଜାଣିପାରିଲେ ନାହିଁ କିପରି ? ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଥିବାରୁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.