ଏହି ଦୁଇ ମହିଳା ଅନ୍ତରୀକ୍ଷରେ ରଚିବାକୁ ଯାଉଛନ୍ତି ଇତିହାସ, ଜାରିହେଲା ଏପରି ଭିଡିଓ

ଦୁଇଜଣ ମହିଳା ମିଶି ଅନ୍ତରୀକ୍ଷରେ ଇତିହାସ ରଚିବାକୁ ଯାଉଛନ୍ତି । ସ୍ପେସୱାକ କରିବେ ମହିଳା । ଅନ୍ତରୀକ୍ଷ ବିଜ୍ଞାନର ଇତିହାସରେ ଏପରି ପ୍ରଥମ ଥର ଦେଖିବାକୁ ମିଳିବ ଯେଉଁଠି ଦୁଇଜଣ ମହିଳା ଏକାସାହିତ ସ୍ପେସୱାକ କରିବାକୁ ଯାଉଛନ୍ତି । ଅକ୍ଟୋବର ୨୧ ତାରିଖରେ ଏହି ଇତିହାସ ରଚାଯିବ । ଏହି ସମ୍ବନ୍ଧୀୟ କିଛି ଭିଡିଓ ମଧ୍ୟ ଜାରି କରାଯାଇଛି । ଜାଣନ୍ତୁ କିଏ ଏହି ଦୁଇ ମହିଳା ଏବଂ ଅନ୍ତରୀକ୍ଷରେ ଏମାନେ କଣ କରିବାକୁ ଯାଉଛନ୍ତି ?

  • ଏହି ଦୁଇ ମହିଳାଙ୍କ ନାମ ହେଉଛି ଜେସିକା ମିର ଏବଂ କ୍ରିଷ୍ଟିନା କୋଚ ।
  • ଏହି ଦୁଇଜଣ ନାସାର ଆଷ୍ଟ୍ରୋନଟ(Astronaut) ଅଟନ୍ତି ।
  • ବର୍ତ୍ତମାନ ଏହି ଦୁଇଜଣ ଇଣ୍ଟରନେସନାଲ ସ୍ପେସ ଷ୍ଟେସନରେ ଅଛନ୍ତି ।
  • ଅକ୍ଟୋବର ୨୧ ତାରିଖରେ ଏହି ଦୁଇ ମହିଳା ଆଷ୍ଟ୍ରୋନଟସ ସ୍ପେସ ଷ୍ଟେସନର ସୋଲାର ପ୍ୟାନେଲରେ ଲାଗିଥିବା ଲିଥିୟମ ଆୟନ ବ୍ୟାଟେରୀକୁ ବଦଳାଇବା ପାଇଁ ଆଇଏସଏସରୁ ବାହାରକୁ ବାହାରିବେ ଏବଂ ସେହି ସମୟରେ ସେମାନେ ସ୍ପେସୱାକ କରିବେ ।
  • ପୂର୍ବରୁ ମହିଳାମାନଙ୍କ ସ୍ପେସୱାକ ମାର୍ଚ୍ଚ ମାସରେ ହେବାର ଥିଲା କିନ୍ତୁ ସ୍ପେସସୁଟ କାରଣରୁ ଏହାକୁ ପୋଷ୍ଟପଣ୍ଡ କରିଦିଆଯାଇଥିଲା ।

ସୂଚନା ଅନୁଯାୟୀ ଅକ୍ଟୋବର ୨୦୧୯ରେ ସମୁଦାୟ ପାଞ୍ଚୋଟି ସ୍ପେସୱାକ ହେବାକୁ ଯାଉଛି । ଆଇଏସଏସ ମରାମତି ସମୟରେ ବାହାରକୁ ଆସିବା ଦ୍ୱାରା ଏହା ସମସ୍ତ ସ୍ପେସୱାକ ଅନ୍ତରୀକ୍ଷ ଯାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିଲା । ଏହା ଭିନ୍ନ ଭିନ୍ନ ତାରିଖରେ ହେବାକୁ ଯାଉଛି ଏବଂ ଅକ୍ଟୋବର ପରେ ମଧ୍ୟ ପାଞ୍ଚଟି ସ୍ପେସୱାକ ପୁଣିଥରେ ଡିସେମ୍ବର ୨୦୧୯ରେ ହେବାକୁ ଯାଉଛି ।

ଏହାସହ ପଢନ୍ତୁ ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର , ଟ୍ରୋଲର ମାନଙ୍କ ଉପରେ ଏପରି ଲଗାଯିବ ରୋକ

  • ୧୧ ଅକ୍ଟୋବର କ୍ରିଷ୍ଟିନା କୋଚ ଏବଂ ଏଣ୍ଡ୍ରୟୁ ମୋର୍ଗନ ସ୍ପେସ ଷ୍ଟେସନରୁ ବାହାରି ସ୍ପେସୱାକ କରିବେ ।
  • ୧୬ ଅକ୍ଟୋବର ଜେସିକା ମିର ଏବଂ ଏଣ୍ଡ୍ରୟୁ ମୋର୍ଗନ ସ୍ପେସୱାକ କରିବେ ।
  • ୨୧ ଅକ୍ଟୋବର ଜେସିକା ମିର ଏବଂ କ୍ରିଷ୍ଟିନା କୋଚ ISSରୁ ବାହାରି ଏକାସାହିତ ସ୍ପେସୱାକ କରି ଇତିହାସ ରଚିବେ ।
  • ୨୫ ଅକ୍ଟୋବର ଜେସିକା ମିର ଏବଂ ଲୁକା ପରମିତାନୋ ସ୍ପେସୱାକ କରିବେ ।
  • ୩୧ ଅକ୍ଟୋବର ଓଲେଗ ସ୍କ୍ରିପୋଚା ଏବଂ ଆଲେକଜେଣ୍ଡର ସ୍କୋଭୋର୍ଟସୋଭ ISSର ମରାମତି କରିବା ସହିତ ସ୍ପେସୱାକ କରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.