Below header

ପୁଣି ଚର୍ଚ୍ଚାରେ ପାଓ୍ଵରୀ ଗାର୍ଲ, ବିଜ୍ଞାପନରେ ଆସିଲେ ନଜର

କିଛି ଦିନ ପୂର୍ବରୁ ଇଣ୍ଟରନେଟରେ ଭାଇରାଲ ଗାର୍ଲ ସାଜିଥିବା ପାବରୀ ଗାର୍ଲ ଏବେ ପୁଣି ଚର୍ଚ୍ଚାରେ । ପାକିସ୍ତାନର ଏହି ଝିଅ ଦାନାନୀର ମୁବିନ, ଯାହାର ଗୋଟେ ଭିଡିଓ କିଛି ମିନିଟ୍‌ ରେ ଭାଇରାଲ ହୋଇଯାଇଥିଲା। ସୋସିଆଲ ମିଡିଆରେ ଏହାପରେ କେବଳ ତା’ ବିଷୟରେ ଚର୍ଚ୍ଚା ଆରମ୍ଭ ହେଲ। ପରେ ସେଲିବ୍ରେଟି ଷ୍ଟାଟସ୍‌ ମିଳିଲା। ପାବରୀ ଗାର୍ଲ ଦାନାନୀର ମୁବିନ ଏବେ ପୁଣି ଥରେ ଭାଇରାଲ ହେଉଛନ୍ତି।

 

View this post on Instagram

 

A post shared by Dananeer | 🇵🇰 (@dananeerr)

ପାବରୀ ଗାର୍ଲ ଦାନାନୀର ମୁବିନ ଏବେ ଏକ ବଡ଼ ବ୍ରାଣ୍ଡ ସହ କାମ କରିବାର ଦେଖିବାକୁ ମିଳିଛି। ସାମସଙ୍ଗର ଏକ ବିଜ୍ଞାପନରେ ତାଙ୍କୁ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟା ୭ଟାରେ ସାମସଙ୍ଗ ନିଜର ଗାଲେକ୍ସି ସିରିଜର ନୂଆ ପ୍ରଡକ୍ଟ ଲଞ୍ଚ କରିଛି। ଯେଉଁଥିରେ ପାବରୀ ଗାର୍ଲ ସାମ୍ନାକୁ ଆସିଛନ୍ତି। ଏହି ଭିଡିଓଟିକୁ ନିଜେ ଦାନାନୀର ମୁବିନ ମଧ୍ୟ ନିଜ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

pawri34
pc: india.com

ଏହି ଭିଡିଓଟିର ଦର୍ଶକ ୪ଲକ୍ଷରୁ ଅଧିକ ହୋଇଗଲେଣି। ତାଙ୍କ ଫାନ୍ସ ଏଥିପାଇଁ ଅନେକ ଖୁସି ଥିବାର ଦେଖିବାକୁ ମିଳିଛି। ଏଥିପାଇଁ ତାଙ୍କୁ ଅନେକ ପ୍ରଂଶସା ମିଳିଛି। ସୂଚନା ଅନୁଯାୟୀ , ଦାନାନୀର ମୁବିନ ପାକିସ୍ତାନର ଜଣେ ବ୍ଲଗର । ତାଙ୍କର ପାବରୀ ଭିଡିଓ ତାଙ୍କୁ ଅନେକ ସଫଳତା ଆଣି ଦେଇଛି। ବୋଲି ଚର୍ଚ୍ଚା ଜୋର ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.