ସାମ୍ନାକୁ ଆସିଲା ଇରଫାନ ଖାନଙ୍କ ଅନ୍ତିମ ଯାତ୍ରାର ଫଟୋ, ସାମିଲ ହେଲେ କେବଳ ପରିବାର ଓ ନିକଟ ସମ୍ପର୍କୀୟ

ବଲିଉଡ ଅଭିନେତା ଇରଫାନ ଖାନଙ୍କ ଆଜି ମୁମ୍ବାଇରେ ଦେହାନ୍ତ ହୋଇଛି। ହଠାତ ପେଟ ସଂକ୍ରମଣ ହେବାରୁ ତାଙ୍କୁ କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। 2018ରୁ ଏହି କଳାକାର କ୍ୟାନସର ରୋଗରେ ପୀଡିତ ଥିଲେ।

33

ତେବେ ମିଡିଆ ରିପୋର୍ଟ ମୁତାବକ, ଡାକ୍ତରୀ ଯାଞ୍ଚ ପରେ ଇରଫାନଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ସିଧା ବସୋର୍ବା କବରୀସ୍ଥାନକୁ ନିଆଯାଇଥିଲା। ସେଠାରେ ଅପରାହ୍ନ 3ଟାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ସେପଟେ ତାଙ୍କ ଅନ୍ତିମ ଯାତ୍ରାର ଫଟୋ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଇରଫାନଙ୍କର ମାତ୍ର କେତେଜଣ ନିକଟ ସମ୍ପର୍କୀୟ ନଜର ଆସୁଛନ୍ତି।

55

ଅନ୍ତିମ ଯାତ୍ରାର ଫଟୋ ମାନବ ମଙ୍ଗଲାନୀ ନିଜ ଟୁଇଟର ଆକାଉଣ୍ଟରୁ ସେୟାର କରିଛନ୍ତି। ଏହା ଜରିଆରେ ସୂଚନା ଦିଆଯାଇଛି ଯେ ଇରଫାନଙ୍କ ଅନ୍ତିମ ଯାତ୍ରାରେ ତାଙ୍କ ପରିବାର ଲୋକ ଏବଂ କିଛି ନିକଟ ସମ୍ପର୍କୀୟ ସାମିଲ ହୋଇଥିଲେ। ତେବେ ଏହି ମହାନ କଳାକାରଙ୍କ ବିୟୋଗରେ ପୂରା ବଲିଉଡରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.