ମଥାରେ ସିନ୍ଦୂର ଓ ହାତରେ ଚୁଡ଼ା ପିନ୍ଧି ହନିମୁନ ପାଇଁ ଗଲେ ପୁନମ ପାଣ୍ଡେ, Video ହେଲା ଭାଇରଲ

ଫିଲ୍ମ ଅପେକ୍ଷା ନିଜ ବୋଲଡ ଅବତାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ନେଇ ଏବେ ପୁଣିଥରେ ଗସିପ ଆରମ୍ଭ ହୋଇଯାଇଛି। ଏଥର କୌଣସି ବୋଲଡ କିମ୍ବା ସେକ୍ସି ଫଟୋକୁ ନେଇ ନୁହେଁ, ବରଂ ତାଙ୍କ ବିବାହକୁ ନେଇ। ନିକଟରେ ତାଙ୍କୁ ତାଙ୍କ ବୟଫ୍ରେଣ୍ଡ ଶ୍ୟାମ ବାମ୍ବେଙ୍କ ସହିତ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା, ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି।

jh

ପୁନମ ବିବାହ ଜୋଡାରେ ନଜର ଆସୁଛନ୍ତି। ତେବେ ଏହି କପଲ ହାନିମୁନ ପାଇଁ ଯାଉଥିବା ବେଳେ ଏୟାରପୋର୍ଟରେ ଠାବ ହୋଇଥିଲେ। ତେବେ ପୁନମଙ୍କର ହଠାତ ଏହିଭଳି ଅବତାରକୁ ଦେଖି ତାଙ୍କ ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏୟାରପୋର୍ଟରେ ପୁନମ ହାତରେ ଚୁଡ଼ା, ମଥାରେ ସିନ୍ଦୂର ଏବଂ ମଙ୍ଗଳସୁତ୍ର ପିନ୍ଧିଥିବାର ଦେଖିବାକୁ ମିଳିଥିଲା।

cc

ghସେ କ୍ରିମ କଲରର କ୍ରପ ଟପ ଏବଂ ହ୍ଵାଇଟ ଟ୍ରାଉଜର ପିନ୍ଧିଥିଲେ। ଏହି ଲୁକରେ ବି ସେ ବହୁତ ହଟ ଲାଗୁଥିଲେ। ତେବେ କିଛି ମାସ ପୂର୍ବରୁ ଏହି କପଲ ଏକ ଭିଡ଼ିଓ ଜରିଆରେ ଲୋକଙ୍କ ନଜରକୁ ଆସିଥିଲେ। ତାଙ୍କର ସେହି ଭିଡ଼ିଓକୁ ନେଇ ଖୁବ ବିବାଦ ମଧ୍ୟ ହୋଇଥିଲା। ଏହାର ଅନେକ ଦିନ ପରେ ଦୁହିଁଙ୍କ ନିର୍ବନ୍ଧର ଫଟୋ ସାମ୍ନାକୁ ଆସିଥିଲା। ଆଉ ଏବେ ଏହି କପଲ ଲୁଚିକି ବିବାହ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.