‘ରାଧେ ଶ୍ୟାମ୍‌’ ଫିଲ୍ମକୁ ନେଇ ମିଳିଲାନି କିଛି ବି ଅପଡେଟ୍‌, ପ୍ରଭାସଙ୍କ ଫ୍ୟାନ୍‌ ଲେଖି ଦେଲେ ସୁଇସାଇଡ୍‌ ନୋଟ୍‌! କହିଲେ, ଦାୟୀ ରହିବେ ଫିଲ୍ମ ନିର୍ମାତା

ସାଉଥ୍‌ ସୁପରଷ୍ଟାର ପ୍ରଭାବଙ୍କର ଜଣେ ପ୍ରଶଂସକ ଅପକମିଙ୍ଗ୍‌ ଫିଲ୍ମ ‘ରାଧେ ଶ୍ୟାମ୍‌’ର ରିଲିଜ୍‌ ଉପରେ କୌଣସି ଅପଡେଟ୍‌ ନ ମିଳିବାରୁ ସୁଇସାଇଡ ନୋଟ୍‌ ଲେଖି ଦେଇଛନ୍ତି। ଆଉ ଯେଉଁଥିରେ ସେ ଫିଲ୍ମର ନିର୍ମାତାଙ୍କୁ ନିଜ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ଯଦିଓ ସୁଇସାଇଡ ନୋଟ୍‌ ଲେଖିବା ପରେ ପ୍ରଶଂସକ ସେଭଳି କିଛି ପଦକ୍ଷେପ ଉଠାଇ ନାହାନ୍ତି। ସୂଚନାଥାଉ କି, ଫିଲ୍ମ ନିର୍ମାଣ ହୋଇ ରହିଛି ଏବଂ ଫ୍ୟାନ୍‌ମାନେ ଲମ୍ବା ସମୟରୁ ଏହାର ଟ୍ରେଲର ଓ ରିଲିଜ୍‌ ଡେଟ୍‌କୁ ଅପେକ୍ଷା କରି ରହିଛନ୍ତି। ରାଧେ ଶ୍ୟାମ୍‌ର ନିର୍ମାତା ପ୍ରଭାସଙ୍କ ଜନ୍ମଦିନରେ ଜାରି କରିଥିବା ଟିଜରକୁ ଛାଡ଼ି ଏ ପର୍ଯ୍ୟନ୍ତ କୌଣସି ବି ଆଶ୍ଚର୍ଯ୍ୟଜନକ ଅପଡେଟ୍‌ ଜାରି କରି ନାହାନ୍ତି। ଏହାରି ଭିତରେ ଖବର ଆସୁଛି କି, ଫିଲ୍ମର ପ୍ରଥମ ଗୀତ ଆସନ୍ତା ନଭେମ୍ବର ୧୫ରେ ରିଲିଜ୍‌ କରାଯିବାକୁ ନେଇ ଯୋଜନା ଚାଲିଛି।

ରିପୋର୍ଟ ମୁତାବକ, ଆନ୍ଧ୍ର ପ୍ରଦେଶର ଜଣେ ପ୍ରଶଂସକ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏଥି ପୂର୍ବରୁ ସେ ୟୁଭି କ୍ରିଏଶନ ଏବଂ ରାଧେ ଶ୍ୟାମର ନିର୍ଦ୍ଦେଶକ ରାଧା କୃଷ୍ଣଙ୍କୁ ଏକ ସୁଇସାଇଡ ନୋଟ୍‌ ପଠାଇ ଦେଇଛନ୍ତି। ଏଥିରେ ପ୍ରଂଶସକ ଜଣକ ଲେଖିଛନ୍ତି, ‘ସେ ଲମ୍ବା ସମୟରୁ ପ୍ରଭାସଙ୍କ ଫିଲ୍ମର ଅପଡେଟ୍‌କୁ ଅପେକ୍ଷା କରି ରହିଥିଲେ। ଏବେ ବହୁତ ହୋଇଗଲା, ପଚାରିବା ବନ୍ଦ। ୟୁଭି କ୍ରିଏଶନ ଟିମ୍‌ ଓ ନିର୍ଦ୍ଦେଶକ ରାଧା କୃଷ୍ଣ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ’। ସେ କହିଥିଲେ ଯେ ସେ ଜୀବନରେ କେବେ କୌଣସି ଚିଠି ଲେଖି ନ ଥିଲେ। କିନ୍ତୁ ପ୍ରଥମ ଥର କୌଣସି ଫିଲ୍ମ ପାଇଁ ଏକ ସୁଇସାଇଡ ନୋଟ୍‌ ଲେଖୁଛନ୍ତି। ରୋମାନରେ ଲେଖା ଯାଇଥିବା ଏହି ସୁଇସାଇଡ୍‌ ନୋଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯଦିଓ ଏହାର ଭାଷା ତେଲୁଗୁ ରହିଛି। ଫ୍ୟାନ ଜଣକ ଏହି ଚିଠିକୁ ୧୧ ନଭେମ୍ବରରେ ଲେଖିଥିଲେ। ସେ ସମସ୍ତ କଥାକୁ ପ୍ରଭାସଙ୍କ ଫିଲ୍ମ ଡାଏଲଗ୍‌ ଶୁଣାଇବା ଅନ୍ଦାଜରେ ହିଁ ଲେଖିଛନ୍ତି।

ପୂରା ହେଲା ଆଦିପୁରୁଷର ଶୁଟିଂ

ଏହାରି ଭିତରେ ଓମ୍‌ ରାଉତ ‘ଆଦିପୁରୁଷ’ର ଶୁଟିଂ ୧୦୩ ଦିନ ପରେ ପୂରଣ ହୋଇଥିବା ନେଇ ଘୋଷଣା କରିଛନ୍ତି। ଫିଲ୍ମରେ ପ୍ରଭାସ, କୃତି ସାନନ୍‌, ସନି ସିଂ, ସୈଫ୍‌ ଅଲ୍ଲୀ ଖାନ ଓ ଦେବଦତ୍ତ ଗଜାନନ ନାଗେଙ୍କ ସମେତ ମୁଖ୍ୟ କଳାକାରମାନଙ୍କର ଏକ ଫଟୋ ସେୟାର କରି ଫିଲ୍ମ ନିର୍ମାତା ଲେଖିଛନ୍ତି, ‘ଏହା ଆଦିପୁରୁଷ ପାଇଁ ଏକ ଶୁଟ୍‌ ର‍୍ୟାପ୍‌। ଏକ ଅଦ୍ଭୁତ ଯାତ୍ରା ନିଜର ଅନ୍ତିମ ପର୍ଯ୍ୟାୟକୁ ଆସି ଯାଇଛି। ଆମ ଦ୍ୱାରା ବନା ଯାଇଥିବା ଯାଦୁକୁ ଆପଣଙ୍କ ସହିତ ସେୟାର କରିବା ପାଇଁ ଆଉ ଅପେକ୍ଷା କରି ପାରିବୁ ନାହିଁ’।

 

View this post on Instagram

 

A post shared by Prabhas (@actorprabbhass)

 

View this post on Instagram

 

A post shared by Prabhas (@actorprabhas)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.