Below header

ମୃତ୍ୟୁର କିଛି ଦିନ ପୂର୍ବରୁ ଏହି ହାତୀ ଛୁଆ ସହିତ ଖୁବ ଖେଳିଥିଲେ ପୁନିତ, ବିତାଇଥିଲେ ୨ ଘଣ୍ଟା ସମୟ

କନ୍ନଡ ଫିଲ୍ମର ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଦେହାନ୍ତ ସମଗ୍ର ଇଣ୍ଡଷ୍ଟ୍ରୀକୁ ଥରାଇ ଦେଇଛି। ପୁନିତଙ୍କ ଫ୍ୟାନ୍ସ ଏବେ ମଧ୍ୟ ବିଶ୍ୱାସ କରିପାରୁନାହାଁନ୍ତି ଯେ ତାଙ୍କର ଅତିପ୍ରିୟ ଷ୍ଟାର ଅଚାନକ ଏମିତି ଭାବେ ଦୁନିଆକୁ ଅଲବିଦା କହିଦେଲେ। ପ୍ରଶଂସକ ମଧ୍ୟ ତାଙ୍କ ପ୍ରିୟ ଷ୍ଟାରଙ୍କୁ ହରାଇ ବହୁତ ଦୁଃଖରେ ଅଛନ୍ତି। ମାତ୍ର ୪୬ ବର୍ଷ ବୟସରେ ହୃଦଘାତ କାରଣରୁ ପୁନିତ ରାଜକୁମାରଙ୍କ ଦେହାନ୍ତ ହୋଇଛି। ସମସ୍ତେ ଅଭିନେତାଙ୍କୁ ନିଜ ନିଜ ଶୈଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଲୋକମାନେ ସ୍ନେହରେ ତାଙ୍କୁ ‘ଅପ୍ପୁ’ ଡାକୁୁଥିଲେ। କିନ୍ତୁ ବର୍ତ୍ତମାନ ଶିବମୋଗାରେ ଥିବା ଏକ ହାତୀ କ୍ୟାମ୍ପର ଅଧିକାରୀ ଏକ ଛୋଟ ହାତି ଛୁଆକୁ ଅଭିନେତା ପୁନିତ ରାଜକୁମାର ନାମରେ ନାମିତ କରିଛନ୍ତି।

ସୂଚନା ଅନୁଯାୟୀ ବନ ବିଭାଗର ଅଧିକାରୀ କହିଛନ୍ତି, କିଛି ମାସ ପୂର୍ବେ ପୁନିତ ଏକ ସରକାରୀ ବିଜ୍ଞାପନ ସୁଟିଂ କରିବା ପାଇଁ ଜଙ୍ଗଲରେ ପହଞ୍ଚିଥିଲେ, ଯେଉଁଠାରେ ୨ ବର୍ଷର ହାତୀ ଛୁଆ ସହ ଘନିଷ୍ଠ ହୋଇଯାଇଥିଲେ। ଏହି କାରଣରୁ ଜଙ୍ଗଲ ବିଭାଗର ଅଧିକାରୀମାନେ ଶିଶୁ ହାତୀର ନାମ ଅଭିନେତାଙ୍କ ନାମ ରଖି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଶିବାମୋଗା ଜଙ୍ଗଲର ସଂରକ୍ଷଣକାରୀ ନାଗରାଜ କହିଛନ୍ତି, ପୁନିତ ରାଜକୁମାର ପ୍ରାୟ ୨ ଘଣ୍ଟା ଆମ ସହିତ ରହି ସମସ୍ତ ବିଷୟରେ ଜାଣିଥିଲେ। ଜଙ୍ଗଲ କର୍ମଚାରୀ ଏବଂ ଜନସାଧାରଣଙ୍କ ଅନୁରୋଧ ପରେ ସେମାନେ ହାତୀକୁ ଅଭିନେତାଙ୍କ ନାମରେ ନାମିତ କରିଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାର ପ୍ରାୟ ୨୯ରୁ ଅଧିକ ଫିଲ୍ମରେ ନିଜର ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଯାଗା କିଣିନେଇଥିଲେ। ଲୋକେ ତାଙ୍କୁ ପାଓ୍ଵାର ଷ୍ଟାର ନାମରେ ବି ଜାଣିଥିଲେ। ତାଙ୍କର ଶେଷ ଫିଲ୍ମ ଥିଲା ‘ଯୁବାରସ୍ଥନା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.