ଆୟଶା ଓମରଙ୍କ ପ୍ରେମରେ ସୋଏବ ମଲିକ! ଫଟୋକୁ ନେଇ ଇଣ୍ଟରନେଟରେ ହଇଚଇ, ଭିଡିଓ ସେୟାର କରି ସାନିଆ କହିଲେ, ‘ଏଥିପାଇଁ ପ୍ରସ୍ତୁତ ରୁହନ୍ତୁ’

ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ଓ ଅଭିନେତ୍ରୀ ଆୟଶା ଓମରଙ୍କର କିଛି ହଟ୍‌ ଫଟୋ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫଟୋଗୁଡ଼ିକୁ ଖୋଦ୍‌ ପାକ୍‌ ଅଭିନେତ୍ରୀ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହାକି ଦେଖୁ ଦେଖୁ ଖୁବ୍‌ ଭାଇରାଲ ହୋଇ ଯାଇଛି। ଏହି ଫଟୋଗୁଡ଼ିକରେ ଅଭିନେତ୍ରୀଙ୍କୁ ଟ୍ରୋଲ ବି ହେବାକୁ ପଡ଼ିଛି। ଏପରି କି, କିଛି ଲୋକ ଏହା ମଧ୍ୟ କମେଣ୍ଟ କରି କହିଛନ୍ତି କି, କାହିଁକି ଆପଣ ସୋଏବ ଓ ସାନିଆଙ୍କ ଛାଡ଼ପତ୍ର କରେଇବାରେ ଲାଗି ପଡ଼ିଛନ୍ତି? ଅଧିକାଂଶ ଲୋକ ଆୟେଶାଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ତେବେ କିଛି ଲୋକ ଏହି କଥାକୁ ନେଇ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଛନ୍ତି କି, କେମିତି ଏହି ଫଟୋଶୁଟ୍‌କୁ ନେଇ ସୋଏବଙ୍କ ସ୍ତ୍ରୀ ସାନିଆଙ୍କୁ କୌଣସି ସମସ୍ୟା ହେଲା ନାହିଁ। ସେପଟେ ଏହି ସବୁ ଭିତରେ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଇଂଲିଶ ଗୀତ ‘ଗେଟ୍‌ ରେଡି ଫର୍‌ ଇଟ୍‌’ରେ ନିଜର ଲୁକ୍ସ ବଦଳାଉ ଥିବାର ନଜର ଆସିଛନ୍ତି, ଯାହାର ଅର୍ଥ ଏହା ମଧ୍ୟ ହୋଇପାରେ କି, ଏଥିପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ। ଏହି ଭିଡିଓ ଉପରେ ସାନିଆଙ୍କୁ ନେଇ ଲଗାତାର କମେଣ୍ଟ୍‌ କରାଯାଉଛି। ଅଧିକାଂଶ ଲୋକ ତାଙ୍କୁ ପାକିସ୍ତାନର ପରାଜୟର ଉତ୍ସବ ପାଳନ କରିବାକୁ ନେଇ ଟ୍ରୋଲ କରୁଛନ୍ତି। ଲୋକେ କମେଣ୍ଟ କରି କହିଛନ୍ତି କି, ଆପଣ ଏହି ପୋଷ୍ଟକୁ ଭୁଲ୍‌ ଟାଇମ୍‌ରେ ସେୟାର କରିଛନ୍ତି।

ସେପଟେ ସୋଏବ ମଲିକ ଓ ଆୟଶା ଓମରଙ୍କ ଏହି ଫଟୋ ବିଷୟରେ ଆଲୋଚନା କରିବା ତ ଏହା ଏକ ଲୋକାଲ ମାଗାଜିନ୍‌ର, ଯାହାକି ଗତ ମାସରେ କ୍ଲିକ୍‌ ହୋଇଥିଲା। ଟି୨୦ ବିଶ୍ୱକପ୍‌ରେ ସ୍କଟଲ୍ୟାଣ୍ଡ ଉପରେ ପାକିସ୍ତାନର ବିଜୟ ପରେ ଆୟଶା କିଛି ଫଟୋ ସେୟାର କରିଥିଲେ। ସେହିପରି ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ଦିନ ମଧ୍ୟ ଆୟଶା ଇନ୍‌ଷ୍ଟାଗ୍ରାମରେ ଏହି ଫଟୋଗୁଡ଼ିକୁ ସେୟାର କରିଥିଲେ, ଯେଉଁଥିରେ ସୋଏବ ମଲିକଙ୍କ ସହିତ ସେ ସୁଇମିଂ ପୁଲ୍‌ରେ ନଜର ଆସୁଛନ୍ତି। ଏହାପରେ ଆୟଶାଙ୍କୁ ଟ୍ରୋଲର୍ସଙ୍କୁ ସାମ୍ନା କରିବାକୁ ପଡ଼ିଥିଲା।

ଏ ସମସ୍ତ ଫଟୋକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଲାଗି ରହିଛି। ଏବେ ଏହା ଉପରେ ଉତ୍ତର ରଖି ଆୟଶା କହିଛନ୍ତି, ‘ସେ (ସୋଏବ ମଲିକ) ବିବାହିତ ଏବଂ ନିଜ ସ୍ତ୍ରୀଙ୍କ ସହିତ ବହୁତ ଖୁସିରେ ଅଛନ୍ତି। ମୁଁ ସୋଏବ ଓ ସାନିଆ, ଉଭୟଙ୍କୁ ବହୁତ ସମ୍ମାନ କରେ। ସୋଏବ ଓ ମୁଁ ଭଲ ସାଙ୍ଗ ଏବଂ ଜଣେ ଜଣଙ୍କର ଶୁଭ ଚିନ୍ତକ। ଏହି ଦୁନିଆରେ ଲୋକଙ୍କର ଏମିତି ମଧ୍ୟ ସମ୍ପର୍କ ରହିଛି’। ସୂଚନାଥାଉ କି, ସାନିଆ ମିର୍ଜା ଓ ସୋଏବ ମଲିକ ୨୦୧୦ରେ ଦୁହେଁ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

 

View this post on Instagram

 

A post shared by Sania Mirza (@mirzasaniar)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.