Below header

ପାଣିକଖାରୁରୁ ପ୍ରସ୍ତୁତ “ପେଠା ସୁଇଟ୍‌” ଶରୀର ପାଇଁ ହୋଇଥାଏ ଖୁବ ଲାଭଦାୟକ

ସବୁବେଳେ  ସମସ୍ତଙ୍କୁ ପ୍ରାୟ ଚଟପଟା ଖାଦ୍ୟ ଖାଇବାକୁ ଭଲ ଲାଗେ। ଏମିତିରେ ବି ପାଟି ସର୍ବଦା ସ୍ୱାଦିଷ୍ଟ ଖାଦ୍ୟ ଖୋଜିଥାଏ । କିନ୍ତୁ ପ୍ରତିଦିନ ସେଭଳି ଖାଦ୍ୟ ଶରୀର ଉପରେ ଅନେକ ହାନିକାରକ ପ୍ରଭାବ ପକାଇଥାଏ। କିଛି ଖାଦ୍ୟ ଏମିତି ଅଛି ଯାହା ପାଟିକୁ ଅରୁଚିକର ଲାଗିଲେ ମଧ୍ୟ ସେସବୁ ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ତେବେ ଖାସ କରି ପନିପରିବା ଜାତୀୟ ଖାଦ୍ୟ ବିଶେଷ ରୂପେ କାହାକୁ ପସନ୍ଦ ଆସେ ନାହିଁ। ତେଣୁ ଘରେ ହେଉ ଅବା ବାହାରେ ଏହାକୁ ଅନେକ ରୂପରେ ଓ ଅନେକ ସ୍ୱାଦରେ ତିଆରି କରାଯାଏ।

ତେବେ ପାଣିକଖାରୁ ଏକ ଏମିତି ପରିବା ଯାହାକୁ ପ୍ରାୟତଃ କେହି ଖାଇବାକୁ ପସନ୍ଦ କରନ୍ତି ନାହିଁ। ତେବେ ବାହାର ରାଜ୍ୟରେ ତ ଏଥିରୁ ନେଇ ଅନେକ ପ୍ରକାର ପକଓ୍ଵାନ ତିଆରି କରାଯାଏ । ଖାସ କରି ପେଠା ସମସ୍ତଙ୍କର ପ୍ରିୟ ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ ହୋଇଥାଏ । କିନ୍ତୁ ଏ ପେଠା କଣ ଓ ଏହାର ଫାଇଦା ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ।

ଯଦି ଆପଣ ମିଠା ଖାଇବାକୁ ପସନ୍ଦ କରନ୍ତି ତେବେ ଆମେ ଆଜି ଏହାକୁ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ଟିପ୍ସ କହିବୁ । ଯାହାକୁ ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ପେଠା ଶବ୍ଦ ଆପଣ ବହୁତ ବାର ଶୁଣିଥିବେ । କିନ୍ତୁ ଏହା ଆମ ରାଜ୍ୟ ଅର୍ଥାତ ଓଡ଼ିଶାରେ ପ୍ରସ୍ତୁତ କରାଯାଇନଥାଏ । ବିଶେଷ କରି ଏହା ଦିଲ୍ଲୀ, ମହାରାଷ୍ଟ୍ର, ଲକ୍ଷେ୍ନା, ଉତ୍ତରପ୍ରଦେଶ ଓ ଆଗ୍ରାରେ ତିଆରି ହୋଇଥାଏ । ଖାସ କରି ଆଗ୍ରାର ପେଠା ସବୁଠୁ ପ୍ରସିଦ୍ଧ ।

ପେଠା ଏକ ମିଠାଇର ନାମ । ଯାହା ପାଣି କଖାରୁୁରୁ ତିଆରି ହୋଇଥାଏ । ଆମ ରାଜ୍ୟରେ ଏହି ପରିବାକୁ ନେଇ ତରକାରୀ ଓ ବଡ଼ି ହେଉଥିବା ବେଳେ ଏହାକୁ ନେଇ ମିଠାଇ ପ୍ରସ୍ତୁତ କରିବା ଭାବିଲେ ମନରେ ଆଂଶଙ୍କା ଉଠୁଥିବା ନିଶ୍ଚିତ । କିନ୍ତୁ ଏହା ଶରୀର ପାଇଁ ଖୁବ ଲାଭ ଦାୟକ ହୋଇଥାଏ । ଆମେ ଏହାକୁ ପାଣି କଖାରୁ ମିଠାଇ ବୋଲି ମଧ୍ୟ କହିପାରିବା । ତେବେ ଏହାର ଅନେକ ଫାଇଦା ରହିଛି ।

– ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ, ଗ୍ୟାଷ୍ଟ୍ରୋ ପ୍ରୋଟେକ୍ଟିଭ ଭଳି ଗୁଣ ଶରୀରରୁ ଗ୍ୟାସ ଏବଂ ପେଟ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
– ପେଠା ମିଠାଇ ଖାଇବା ଦ୍ୱାରା ମାନସିକ ଅବସାଦରୁ ମୁକ୍ତି ମିଳେ । ଏଥିରେ ଥିବା ପ୍ରଚୁର ଭିଟାମିନ ଓ ଖଣିଜ ଦ୍ରବ୍ୟ ଶରୀରରେ ଉତ୍ପନ୍ନ ହୋଇଥିବା ମାନସିକ ଚିନ୍ତାକୁ ଦୂର କରିଥାଏ ।
– ଏହାର ସେବନ ଦ୍ୱାରା ମେଟାବୋଲିଜିମ ଠିକ ରୁହେ । ଏହାଦ୍ୱାରା ପାଚନ ଶକ୍ତି ସୁରକ୍ଷିତ ରୁହେ ।
– ଶରୀରରେ ହେଉଥିବା ଷ୍ଟୋନ ସମସ୍ୟାକୁ ଦୂର କରିବା ପାଇଁ ପେଠା ସହିତ ଆପଣ ହେଙ୍ଗୁ ମିଶାଇ ଖାଇପାରିବେ ।
– ଯଦି ଆପଣ ପୋଲିଓ ରୋଗାଗ୍ରସ୍ତ ଥାନ୍ତି ତେବେ ଏହାକୁ ପ୍ରତିଦିନ ସେବନ କରନ୍ତୁ । ଏହି ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.