ଓସ୍କାର ବିଜେତା RRR ଦେଖିନଥିବା ସ୍ୱୀକାର କଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ନିକଟରେ ଓସ୍କାର ବିଜେତା ଭାରତୀୟ ଫିଲ୍ମ RRR ଦେଖିନଥିବା ସ୍ୱୀକାର କରିଛନ୍ତି । ଭାରତୀୟ ବକ୍ସ ଅଫିସ୍ ରେ ସୁପର ଡୁପର ହିଟ୍ ହୋଇଥିବା ଏହି ଫିଲ୍ମଟିକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରିଥିଲେ । RRR ଫିଲ୍ମର ଗୀତ 'ନାଟୁ ନାଟୁ' ପାଇଁ ଓସ୍କାର ଟ୍ରଫି ଉଠାଇ ଇତିହାସ ସୃଷ୍ଟି କରିଥିଲା ​​।

ମୁମ୍ବାଇ: ଓସ୍କାରରେ ଭାରତୀୟ ଫିଲ୍ମ RRRର ‘ନାଟୁ ନାଟୁ’କୁ ମିଳିଥିଲା ଓସ୍କାର ଆଓ୍ଵାର୍ଡ । ବେଷ୍ଟ ଓରିଜିନାଲ ସଙ୍ଗ୍‌ କାଟାଗୋରୀରେ ଜିତିଥିଲା ଓସ୍କାର । ଫିଲ୍ମ RRRର ନାଟୁ ନାଟୁ ୨୦୨୨ର ହିଟ୍‌ ଟ୍ରାକ୍ସ ମଧ୍ୟରୁ ଗୋଟିଏ ଥିଲା । ‘ତେଲୁଗୁ ଭର୍ସନରେ ଏହାକୁ କମ୍ପୋଜ କରିଥିଲେ ଭେଟେରାନ୍‌ ମ୍ୟୁଜିକ ଡାଇରେକ୍ଟର ଏମଏମ କିରାଭାନୀ । ଗୀତକୁ ଲେଖିଥିଲେ ଚନ୍ଦ୍ରାବୋଷ । ଏହାକୁ ଗାଇଥିଲେ କାଲା ଭୈରବ ଓ ରାହୁଲ ସିପ୍ଲିଗୁଞ୍ଜ । ଏହା ପୂର୍ବରୁ ଗୋଲଡେନ ଗ୍ଲୋବ ଆଓ୍ଵାର୍ଡ ପାଇ ଇତିହାସ ରଚିଥିଲା ନାଟୁ ନାଟୁ ସଙ୍ଗ । ଗୋଲଡେନ ଗ୍ଲୋବରେ ବେଷ୍ଟ ଅରିଜିନାଲ ସଙ୍ଗ ମୋସନ ପିକ୍‌ଚର କ୍ୟାଟାଗୋରୀରେ ମିଳିଥିଲା ପୁରସ୍କାର ।

କେବଳ ଦେଶ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଏସ୍‌ଏସ୍‌ ରାଜାମୌଳୀଙ୍କ ଫିଲ୍ମ ଆର୍‌ଆର୍‌ଆର୍‌ ସଫଳତାର ଶୀର୍ଷରେ ପହଁଚିସାରିଛି । ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳୀଙ୍କୁ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲରେ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ମଧ୍ୟ ମିଳିଥିଲା । ଏଥି ସହିତ ଫିଲ୍ମକୁ ଆଟଲାଣ୍ଟା ଫିଲ୍ମ କ୍ରିଟିକ୍ସ ସର୍କଲ ଦ୍ୱାରା ‘ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଚିତ୍ର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଫିଲ୍ମଟି ୨୦୨୨ ଆଟଲାଣ୍ଟା ଫିଲ୍ମ କ୍ରିଟିକ୍ସ ସର୍କଲରେ ବେଷ୍ଟ୍‍ ଇଣ୍ଟରନ୍ୟାସନାଲ ପିକ୍ଚର ଆଓ୍ଵାର୍ଡ ମଧ୍ୟ ଜିତି ସାରିଛି ।

priyanka chopra

ତେବେ ଏସବୁ ଏବେ କହିବାର କାରଣ ହେଉଛି କି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ନିକଟରେ ଏହି ଓସ୍କାର ବିଜେତା ଭାରତୀୟ ଫିଲ୍ମ RRR ଦେଖିନଥିବା ସ୍ୱୀକାର କରିଛନ୍ତି । ଭାରତୀୟ ବକ୍ସ ଅଫିସ୍ ରେ ସୁପର ଡୁପର ହିଟ୍ ହୋଇଥିବା ଏହି ଫିଲ୍ମଟିକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରିଥିଲେ । RRR ଫିଲ୍ମର ଗୀତ ‘ନାଟୁ ନାଟୁ’ ପାଇଁ ଓସ୍କାର ଟ୍ରଫି ଉଠାଇ ଇତିହାସ ସୃଷ୍ଟି କରିଥିଲା ​​।

ପ୍ରିୟଙ୍କା ସେମାନଙ୍କ ଓସ୍କାର ଅଭିଯାନରେ ଆମେରିକାରେ RRR ଟିମ୍ କୁ ହୋଷ୍ଟ କରିଥିଲେ। ହେଲେ ନିକଟରେ ପ୍ରିୟଙ୍କା କହିଥିଲେ ତାଙ୍କୁ ଏହି ଫିଲ୍ମଟି ଦେଖିବା ପାଇଁ ସମୟ ମିଳିନାହିଁ। ଏକଥା ନିକଟରେ ଏକ ସୋ ରେ ହୋଇଥିବା ତାଙ୍କର ଏକ ଲାଏ ଡିଟେକ୍ଟର ଟେଷ୍ଟ ମାଧ୍ୟମରେ ସାମ୍ନାକୁ ଆସିଥିଲା । ତାଙ୍କୁ ଯେତେବେଳେ ପଚରାଯାଇଥିଲା ସେ RRR ଫିଲ୍ମ ଦେଖିଛନ୍ତି କି ନାହିଁ? ସେ ଏହାର ଉତ୍ତର ନାହିଁ ବୋଲି କହିଥିଲେ। ସେ କହିଥିଲେ ଏମିତି ଅନେକ ଫିଲ୍ମ ତାଙ୍କୁ ଦେଖିବାର ସୁଯୋଗ କି ସମୟ ମିଳିନଥାଏ । ହେଲେ ସେ ବହୁତ ସାରା ଟିଭି ସୋ ଦେଖନ୍ତି। ସେ ଦୁବାଇ ବ୍ଳିଙ୍ଗ ଦେଖିଛନ୍ତି କିନ୍ତୁ ସେ ଟାର୍ ଦେଖିବା ବନ୍ଦ କରିବେ ନାହିଁ ।

raja mauli

image credit: indianexpress.com

ପ୍ରିୟଙ୍କା ଆମେରିକାରେ ଫିଲ୍ମର ସ୍କ୍ରିନିଂ ଏବଂ ଫିଲ୍ମକୁ ଖୁବ୍ ପ୍ରଶଂସା କରିଥିଲେ। ସେ ଏସ୍‌ଏସ୍‌ ରାଜାମୌଳୀ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଏମଏମ କିରାଭାନୀଙ୍କ ସହ ନିଜର ଏକ ଫଟୋ ବି ପୋଷ୍ଟ କରିଥିଲେ । ସେ ସୋସିଆଲ ମିଡିଆରେ ଲେଖିଥିଲେ, “ଏହି ଅବିଶ୍ୱସନୀୟ ଭାରତୀୟ ଚଳଚ୍ଚିତ୍ରର ଯାତ୍ରାରେ ମୁଁ ଯୋଗଦାନ ଦେବା ଛଡା କଣ କରିପାରିବି । ଶୁଭକାମନା ଏବଂ ଅଭିନନ୍ଦନ @RRRMovie। ” ପ୍ରିୟଙ୍କା ଅଭିନେତା ରାମ ଚରଣଙ୍କ ବିଷୟରେ ମଧ୍ୟ ତାଙ୍କ ଭାବନା ବାଣ୍ଟିଥିଲେ, ଯାହାଙ୍କ ସହ ସେ ତାଙ୍କ ବଲିଉଡ ଡେବ୍ୟୁ ଜଞ୍ଜିରରେ ସ୍କ୍ରିନ୍ ସେୟାର କରିଥିଲେ । ସେ ରାମ ଚରଣଙ୍କୁ ଏବଂ ତାଙ୍କ କାର୍ଯ୍ୟ ଦକ୍ଷତାକୁ ଖୁବ୍ ପ୍ରଶଂସା କରିଥିଲେ । ତେବେ ଲାଏ ଡେଟେକ୍ଟର ଟେଷ୍ଟ ମାଧ୍ୟମରେ ପ୍ରିୟଙ୍କାଙ୍କ RRR ଫିଲ୍ମ ଦେଖିନଥିବା କଥା ଜାଣିବା ପରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.